ବିଶ୍ୱର କ୍ଷୁଦ୍ରତମ ଗିର୍ଜା

ବିଶ୍ବର କ୍ଷୁଦ୍ରତମ ଗିର୍ଜା ନିଉ ୟର୍କ‌୍‌ରେ ଅଛି। ଗୋଟିଏ ପୋଖରୀ ମଧ୍ୟରେ ଅବସ୍ଥିତ ଗିର୍ଜାର ନାମ- କ୍ରସ୍‌ ଆଇଲାଣ୍ତ୍‌ ଚାପେଲ୍‌। ୧୯୮୯ରେ ତିଆରିହୋଇଥିଲା। ଏହାର ଚଟାଣର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ଏକାଅଶୀ ଏବ˚ ଏକାବନ ଇଞ୍ଚ୍‌। ଚଟାଣର କ୍ଷେତ୍ରଫଳ ପ୍ରାୟ ଅଠେଇଶ ବର୍ଗ ଫୁଟ୍‌। ଗିର୍ଜା ଭିତରେ ମାତ୍ର ଦୁଇ ଜଣ ବସିପାରିବେ। ଡଙ୍ଗାରେ ବସି, ଯିବାକୁ ପଡ଼େ। ଗିର୍ଜାଟି ପ୍ରତି ଦିନ ଖୋଲେନାହିଁ। କେହି ସେଠାକୁ ଯିବା ପାଇଁ ଇଚ୍ଛା କଲେ ପୂର୍ବରୁ ଅନୁମତି ନେବାକୁ ପଡ଼େ। ବେଳେ ବେ‌େଳେ ବିବାହ ଉତ୍ସବ ଅନୁଷ୍ଠିତ ହୁଏ। କେବଳ ବର, କନ୍ୟା ଓ ଧର୍ମଯାଜକ ଭିତରକୁ ଯାଆନ୍ତି। ଅତିଥିମାନେ ଡଙ୍ଗାରେ ରହି ବିବାହ ଉପଭୋଗ କରନ୍ତି।

The post ବିଶ୍ୱର କ୍ଷୁଦ୍ରତମ ଗିର୍ଜା first appeared on Sambad.



from ବିଶେଷ – Sambad https://ift.tt/3o2s19Y

Post a Comment

0 Comments