ତିନି ମାସ ଶାକାହାର କଲେ ମିଳିବ ୫୦ ଲକ୍ଷ!

ଶିରୋନାମାଟି ବିସ୍ମୟପ୍ରଦ ମନେହେଉଥିଲେ ହେଁ ୟୁନାଇଟେଡ୍‌ କି˚ଡମ୍‌ର ଏକ କ˚ପାନି ପକ୍ଷରୁ ଏହି ମର୍ମରେ ଘୋଷଣା କରାଯାଇଛି। ଏହାକୁ ଏକ ପ୍ରତିଯୋଗିତା କହାଯାଇପାରେ। ଏଥିରେ କେବଳ ଶତ ପ୍ରତିଶତ ଆମିଷହାରୀ(ଯେଉଁମାନେ କେବଳ ମା˚ସ ଭୋଜନ କରନ୍ତି)ମାନେ ଅ˚ଶଗ୍ରହଣ କରିପାରିବେ। ଭଲ ଭାବେ ଯାଞ୍ଚ-ଅନୁସନ୍ଧାନ କରି, ପ୍ରତିଯୋଗୀମାନଙ୍କୁ ମନୋନୀତ କରିବେ କ˚ପାନି କର୍ତ୍ତୃପକ୍ଷ। ଶେଷରେ ପ୍ରତିଯୋଗୀମାନଙ୍କୁ କେବଳ ଶାକାହାର କରିବାକୁ ପଡ଼ିବ; ପୂରା ତିନି ମାସ। ଏହି ସମୟ ମଧ୍ୟରେ ସେମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶାକାହାରର ଉପାଦେୟତା ସ˚ପର୍କିତ ବାର୍ତ୍ତା ବାଣ୍ଟିବେ ଏବ˚ ନିଜର ଅଭିଜ୍ଞତା ବର୍ଣ୍ଣନା କରିବେ। ପ୍ରତିଯୋଗୀମାନଙ୍କ ଉପରେ ଚବିଶ ଘଣ୍ଟା ସଜାଗ ଦୃଷ୍ଟି ରଖାଯିବ। ସଫଳ ପ୍ରତିଯୋଗୀମାନେ ପୁରସ୍କାର ବାବଦକୁ ପାଇବେ, ଭାରତୀୟ ମୁଦ୍ରାରେ ପ୍ରାୟ ପଚାଶ ଲକ୍ଷ ଟଙ୍କା।

The post ତିନି ମାସ ଶାକାହାର କଲେ ମିଳିବ ୫୦ ଲକ୍ଷ! first appeared on Sambad.



from ବିଶେଷ – Sambad https://ift.tt/3nSCNPc

Post a Comment

0 Comments