
କାନପୁର: ଗୋଟିଏ କି ଦୁଇଟି ନୁହେଁ ଛଅଟି ବିଷୟରେ ନେଟ କ୍ବାଲିଫାଏ କରି ରେକର୍ଡ କରିଛନ୍ତି ଜଣେ ଯୁବକ । ଏହି ଯୁବକଙ୍କ ନାମ ଅମିତ କୁମାର ନିରଞ୍ଜନ ବୋଲି ଜଣାପଡ଼ିଛି।
ଅମିତ ୨୦୧୦ ଜୁନରୁ ନଭେମ୍ବର ମଧ୍ୟରେ ୬ଟି ବିଷୟରେ ୟୁଜିସି ନେଟ ପାସ କରିଛନ୍ତି। ସେ ବାଣିଜ୍ୟ, ଇକୋନୋମିକ୍ସ, ମ୍ୟାନେଜମେଣ୍ଟ, ଶିକ୍ଷା, ରାଜନୀତି, ବିଜ୍ଞାନ ଏବଂ ସାମାଜିକବିଜ୍ଞାନରେ ସଫଳତା ହାସଲ କରିଛନ୍ତି। ଏଥିସହିତ ଅମିତ ବିଭିନ୍ନ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବି ଜଣାପଡ଼ିଛି।
ଆହ୍ଲାବାଦ ବ୍ୟାଙ୍କ ପିଓ ଭାବରେ ମଧ୍ୟ ସେ କାର୍ଯ୍ୟ କରିବା ସହିତ ସିବିଏସଇ ଏବଂ ଆଇଏସସି ବୋର୍ଡରେ ୧୭ବର୍ଷ ଶିକ୍ଷାଦାନର କରିଛନ୍ତି। କେବଳ ଏତିକି ନୁହେଁ ସେ ୨୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏବଂ ୫ହଜାର ଶିକ୍ଷକଙ୍କୁ ତାଲିମ ମଧ୍ୟ ଦେଇଛନ୍ତି।
କେବଳ ଏତିକି ନୁହେଁ କାନପୁରର ଏସବିଏମଭି କଲେଜରେ ଅମିତ ସହକାରୀ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅମିତାଙ୍କ ପିତା ଆର.ଏନ. ନିରଞ୍ଜନ ୟୁପି ହ୍ୟାଣ୍ଡଲୁମର ଅବସରପ୍ରାପ୍ତ ପରିଚାଳକ ଥିବା ବେଳେ ମାତା ଉର୍ମିଲା ନିରଞ୍ଜନ ଜଣେ ଗୃହିଣୀ ରହିଛନ୍ତି।

ଏସବୁ ପରେ ଅମିତ କିଛିବର୍ଷ ସିବିଏସଇରେ ସହାୟକ ମୁଖ୍ୟ ପରୀକ୍ଷକ ଭାବେ କାମ କରୁଥିଲେ। ବୋର୍ଡ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଅଭ୍ୟାସ ମଡେଲ ମଧ୍ୟ ସେ ପ୍ରସ୍ତୁତ କରୁଛନ୍ତି।
The post ଛଅଟି ବିଷୟରେ ନେଟ କ୍ବାଲିଫାଏ କରି ରେକର୍ଡ କଲେ ଏହି ଯୁବକ first appeared on Sambad.
from ବିଶେଷ – Sambad https://ift.tt/3oI990l
0 Comments