
ଏକବିଂଶ ଶତାବ୍ଦୀରେ ମଧ୍ୟ ତୁଷାର ପର୍ବତରୁ ବରଫ ସଂଗ୍ରହ ଏବଂ ବିକ୍ରି ହେଉଛି। ଏହା ଇକ୍ବାଡୋର୍ର ଏକ ପ୍ରାଚୀନ ପେସା। ସେଠାରେ ପର୍ବତରୁ ବରଫ କାଟି, ବିକ୍ରୟ କରୁଥିବା ପେସାଦାରମାନଙ୍କୁ ‘ହିଏଲେରୋଜ୍’ କହାଯାଏ। ଏକଦା ଇକ୍ବାଡୋର୍ରେ ହଜାର ହଜାର ଲୋକଙ୍କର ଏହା ଥିଲା ମୁଖ୍ୟ ଜୀବିକା। ସଂପ୍ରତି ସେମାନଙ୍କ ସଂଖ୍ୟା ବହୁତ କମିଗଲାଣି। ବାଲ୍ତାଜର୍ ଉସା ନାମକ ବୟସ୍କ ବ୍ୟକ୍ତି ଏବେ ବି ଏହି କାମ କରୁଛନ୍ତି। ନିହାତି ଅବିଶ୍ବସନୀୟ ମନେହେଉଥିଲେ ହେଁ କଥାଟି ସତ। ଏହା ତାଙ୍କର କୌଳିକ ବୃତ୍ତି। ସେ ମାଉଣ୍ଟ୍ ଚିଂବୋରାସୋ ଚୂଡ଼ାରୁ ବରଫ କାଟି, ଏକ ପ୍ରକାରର ସ୍ଥାନୀୟ ଘାସରେ ଗୁଡ଼ାଇ, ଖଚର ସାହାଯ୍ୟରେ ବଜାରକୁ ଆଣନ୍ତି। ତାଙ୍କୁ ଇକ୍ବାଡୋର୍ର ଶେଷ ‘ହିଏଲେରୋଜ୍’ ବା ‘ବରଫ ମଣିଷ’ କହାଯାଉଛି। ଉସାଙ୍କ ବୟସ ସତୁରି ଉପରେ। ଉଚ୍ଚତା ପାଞ୍ଚ ଫୁଟ୍ରୁ କମ୍। ସେ ସପ୍ତାହରେ ଥରେ ନିଜର ଖଚର ସହ ଚିଂବୋରାସୋ ଉପରକୁ ଉଠୁଛନ୍ତି। ତିଖ ରାସ୍ତାରେ ୧୪,୭୦୦ ଫୁଟ୍ ଉଚ୍ଚତାରେ ପହଞ୍ଚିବାକୁ ଲାଗୁଛି ସାଢ଼େ ପାଞ୍ଚ ଘଣ୍ଟା। ଅବତରଣ ବି ବେଶ୍ କଷ୍ଟକର। ତେବେ, ପର୍ବତ ଶିଖରର ବରଫ ଆଣି ବିକିବାର ମଜା ନିଆରା। ଏହା ଦ୍ବାରା କଷ୍ଟ ଲାଘବ ହେଉଥିବା ସେ କହନ୍ତି।
The post ଶେଷ ବରଫ ମଣିଷ first appeared on Sambad.
from ବିଶେଷ – Sambad https://ift.tt/3nQYf7f
0 Comments