
ମାଇକେଲ୍ ଆର୍ନ୍ ‘ଦିଆଶିଲି ମଣିଷ’ ଭାବେ ଜଣାଶୁଣା। ଦିଆଶିଲି କାଠି ଦ୍ବାରା ସେ ବିଭିନ୍ନ ଜିନିଷ ତିଆରି କରିବା କଳାରେ ବେଶ୍ ପାରଙ୍ଗମ। କିଛି ଦିନ ତଳେ ୯୫୬,୦୦୦ଟି ଦିଆଶିଲି କାଠି ଏବ˚ ୧୬୮୬ଟି ଟ୍ୟୁବ୍ ଅଠାରେ ଗଢ଼ିଥିଲେ ଗୋଟିଏ ଫର୍ମୁଲା-୧ ରେସି˚ କାର୍। ଏବେ ଗୋଟିଏ ଡାଲା ନ ଥିବା ଟ୍ରକ୍ ଗଢ଼ିଛନ୍ତି। ଏହାକୁ ଗଢ଼ିବା ବାବଦରେ ସେ ବ୍ୟୟ କରିଛନ୍ତି ପ୍ରାୟ ଚାରି ଲକ୍ଷ ଟଙ୍କା। ଏହା ତିରିଶ ଭାଗରେ ବିଭକ୍ତ। ଏହାକୁ ଭାଙ୍ଗି ଅଲଗା ଅଲଗା କରାଯାଇପାରିବ। ନିଜର ଦିଆଶିଲି କଳା-କୃତିଗୁଡ଼ିକୁ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ କରି ସେ ଦର୍ଶକଙ୍କୁ ଚମତ୍କୃତ କରିବା ସହ ଭଲ ରୋଜଗାର ମଧ୍ୟ କରୁଛନ୍ତି।
The post ‘ଦିଆଶିଲି ମଣିଷ’ ମାଇକେଲ୍ ଆର୍ନଙ୍କ ଅପୂର୍ବ କଳା first appeared on Sambad.
from ବିଶେଷ – Sambad https://ift.tt/3s385Gk
0 Comments