କୋଲକାତା: ନେତାଜୀ ସୁଭାଷ ବୋଷଙ୍କ ନାଁରେ ନାମିତ ହେଲା ଟ୍ରେନ୍ । ଭାରତୀୟ ରେଳ ମନ୍ତ୍ରାଳୟ ମଙ୍ଗଳବାର ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ୍ କରିଛି । ରେଲୱେ ବୋର୍ଡର ଡେପୁଟି ଡିରେକ୍ଟର (କୋଚିଂ) ରାଜେଶ କୁମାର ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।
ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ କେନ୍ଦ୍ର ସରକାର ଭୋଟରଙ୍କୁ ନିଜ ପକ୍ଷକୁ ନେବାକୁ ସମସ୍ତ ଚେଷ୍ଟା ଜାରି ରଖିଛି । ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସୁଭାଷ ବୋଷଙ୍କ ଜନ୍ମଦିନକୁ ପ୍ରତିବର୍ଷ ‘ପରାକ୍ରମ ଦିବସ’ ଭାବେ ପାଳନ କରିବେ ବୋଲି ଘୋଷଣା କରିଛନ୍ତି । ରାଜେଶ କୁମାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀରେ ଏହି ରାଷ୍ଟ୍ର ପ୍ରତି ତାଙ୍କ ଅତୁଲ୍ୟ ଅବଦାନକୁ ମନେ ପକାଯାଉଛି । ଏହାକୁ ଆଖି ଆଗରେ ରଖି ରେଳ ବିଭାଗ ମଧ୍ୟ କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ କରିଛି ।
The post ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳି ହେଲା ନେତାଜୀ ଏକ୍ସପ୍ରେସ୍ first appeared on Sambad.
from ବିଶେଷ – Sambad https://ift.tt/35UHVfw
0 Comments