ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାସ୍ଥଳରୁ ଭଙ୍ଗା କାଚ ଓ ଫାଇବର୍‌ ସଫା କରି ଚର୍ଚ୍ଚାରେ ମହିଳା ପୁଲିସ୍‌ କନ୍‌ଷ୍ଟେବଲ୍‌

ପୁଣେ: ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିଜର ବଡ଼ପଣ ଦେଖାଇଥିବା ପୁଣେର ଜଣେ ମହିଳା ପୁଲିସ୍‌ କନ୍‌ଷ୍ଟେବଲ୍‌ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ପୁଣେର ତିଲକ ରୋଡରେ ଏକ ଛୋଟ ଦୁର୍ଘଟଣା ଘଟିବା ପରେ ଜଣେ ମହିଳା ଟ୍ରାଫିକ ପୁଲିସ୍‌ ଜଣକ ଦୁର୍ଘଟଣାସ୍ଥଳରେ ପଡ଼ିଥିବା କାଚ ଖଣ୍ଡ ସବୁକୁ ନିଜ ହାତରେ ଉଠାଇ ସଫା କରୁଥିବାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଟ୍ରାଫିକ୍‌ ପୁଲିସ୍‌ କନ୍‌ଷ୍ଟେବଲ୍‌ ରଜିଆଙ୍କର ଏହି କାମ କ୍ୟାମେରାରେ କଏଦ ହୋଇ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ପରେ ତାଙ୍କୁ ଚାରିଆଡୁ ଭୂରି ଭୂରି ପ୍ରଶଂସା ମିଳିଛି। ସୋମବାର ସନ୍ଧ୍ୟାରେ ତିଲକ ରୋଡରେ ଦୁର୍ଘଟଣା ପରେ ମହିଳା କନ୍‌ଷ୍ଟେବଲ୍‌ ଜଣକ ମୋଟର ସାଇକେଲର କାଚ ଏବଂ ଫାଇବର ଖଣ୍ଡଗୁଡ଼ିକୁ ସଫା କରୁଥିବା ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି।

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ଟ୍ୱିଟର ମହିଳା କନ୍‌ଷ୍ଟେବଲ୍‌ଙ୍କର ଏପରି ବଡ଼ପଣ ପାଇଁ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ ତାଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ମହିଳାଙ୍କର ସେହି ଭିଡିଟିକୁ ସେୟାର ମଧ୍ୟ କରିଛନ୍ତି।

The post ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାସ୍ଥଳରୁ ଭଙ୍ଗା କାଚ ଓ ଫାଇବର୍‌ ସଫା କରି ଚର୍ଚ୍ଚାରେ ମହିଳା ପୁଲିସ୍‌ କନ୍‌ଷ୍ଟେବଲ୍‌ first appeared on Sambad.



from ବିଶେଷ – Sambad https://ift.tt/3sJouQu

Post a Comment

0 Comments