ପୁଅ ଆତ୍ମହତ୍ୟାର ବର୍ଷକ ପରେ ମା’କୁ ମିଳିଲା ସୁଇସାଇଡ ନୋଟ; ଲେଖାଥିଲା ଏଭଳି ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ: ଗୁଜୁରାଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ଙ୍କୁ ତାଙ୍କ ପୁଅ ମୃତ୍ୟୁର ବର୍ଷକ ପରେ ସୁଇସାଇଡ ନୋଟ ମିଳିଛି। ଏହି ସୁଇସାଇଡ ନୋଟରେ ତାଙ୍କ ପୁଅ କାହିଁକି ଆତ୍ମହତ୍ୟା କରିଥିଲେ ତାହା ଉଲ୍ଲେଖ ରହିଛି।

ଘଟଣା ଗତବର୍ଷ ଅର୍ଥାତ ୨୦୨୦ ଏପ୍ରିଲ ମାସର। ତେବେ ପୁଅ ୨୦୧୯ରେ ସୁସାଇଡ ନୋଟ ଲେଖିଥିଲେ। ମା’ଙ୍କୁ ପୁଅ ଲେଖିଥିବା ଏହି ଚିଠି ୨୦୨୧ରେ ମିଳିଛି।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ଏହି ଚିଠି ମିଳିବା ପରେ ମୃତପୁଅର ମା’ ପୁଲିସ ଷ୍ଟେସନରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥି‌ଲେ। ଲିଲା ଯାଧବଙ୍କ ପୁଅ ମାଧବ ଗତ ଏପ୍ରଲ ୯ ତାରିଖରେ ନର୍ମଦା ନଦୀରେ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ। ଗୋଟିଏ ଦିନ ପରେ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

SHOCKING! Mom finds suicide note of his son after one year of his death | english.lokmat.com

ପୁଅମୃତ୍ୟୁପରେ ମା’ ଭାଙ୍ଗି ପଡ଼ିଥିଲେ। ତେବେ ପୁଅ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ତାର ଉତ୍ତର ସେ ମନେମନେ ଖୋଜି ଚାଲିଥିଲେ। ଏଥିପାଇଁ ସେ ଅନେକ ଚେଷ୍ଟା ବି କରିଛନ୍ତି। କିନ୍ତୁ ବିଫଳ ରହିଛନ୍ତି। କିଛିଦିନ ହେବ ପୁଅର ସୁଇସାଇଡ ନୋଟ ମିଳିବା ପରେ ଆତ୍ମହତ୍ୟାର କାରଣ ଜାଣିପାରିଛନ୍ତି ମା’।

ସୁସାଇଡ ନୋଟରେ ମାଧବ ଲେଖିଛନ୍ତି, ‘ସେ ତାଙ୍କ ଜୀବନ ଶେଷ କରିବାକୁ ଯାଉଛନ୍ତି। କାରଣ ସେ ହେଉଛନ୍ତି ଜଣେ ନପୁଂସକ ମଣିଷ। ଏଥିପାଇଁ ପତ୍ନୀ ତାଙ୍କର ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସେ ତାଙ୍କୁ ତାଙ୍କ ପ୍ରେମିକ ସହିତ ସମ୍ପର୍କ କାଟିବାକୁ କହିଥିଲେ କିନ୍ତୁ ପତ୍ନୀ ରାଜି ହୋଇ ନଥିଲେ। ଏହା ତାଙ୍କୁ ବହୁତ ବାଧିଥିବାରୁ ସେ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେଇଛନ୍ତି।’

The post ପୁଅ ଆତ୍ମହତ୍ୟାର ବର୍ଷକ ପରେ ମା’କୁ ମିଳିଲା ସୁଇସାଇଡ ନୋଟ; ଲେଖାଥିଲା ଏଭଳି ଆଶ୍ଚର୍ଯ୍ୟଜନକ କଥା first appeared on Sambad.



from ବିଶେଷ – Sambad https://ift.tt/35HvTWJ

Post a Comment

0 Comments