ଗରାଖ ଈଶ୍ବର! ଭାଇରାଲ୍‌ ହେଉଛି ତୁଷାରପାତ ସମୟ‌ରେ ଘୋଡ଼‌ା ଚଢ଼ି ଆମାଜନ୍‌ ଡେଲିଭରି ବୟଙ୍କ ଡେଲିଭରି ଭିଡିଓ

ଶ୍ରୀନଗର: ‘ଗରାଖ ଈଶ୍ବର’। ଏହା କଥାରେ ନୁହେଁ, କାମ କାମରେ କରି ଦେଖାଇଛି ଇ-କମର୍ସ କମ୍ପାନି ‘ଆମାଜନ୍‌’। ଆମାଜନ୍‌ର  ଜଣେ ଡେଲିଭରି ବୟ ତୁଷାରପାତକୁ ଖାତିର ନକରି ଗ୍ରାହକଙ୍କ ଘରେ ଜିନିଷ ପଠାଇବା ପାଇଁ ଘୋଡ଼ାରେ ଚଢ଼ି ଯାଉଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭାଇରାଲ୍‌ ଭିଡିଓଟି ହେଉଛି ଶ୍ରୀନଗରର। ଶ୍ରୀନଗରର ଜଣେ ଡେଲଭରି ବୟ କାନ୍ଧରେ ବ୍ୟାଗ୍‌ ପକାଇ ଘୋଡ଼ା ଚଢ଼ି ଡେଲିଭରି ପାଇଁ ଯାଉଥିବାର ଦୃଶ୍ୟକୁ ପ୍ରାୟ ଅଧିକାଂଶ ଲୋକ ଖୁବ୍ ପସନ୍ଦ କରିଛନ୍ତି। ଆମାଜନ୍‌ ଏ ନେଇ ତା’ର ଟ୍ବିଟର୍‌ ଆକାଉଣ୍ଟ୍‌ରେ ଟ୍ବିଟ୍‌ କରି ସୂଚନା ଦେବା ପରେ ଭିଡିଓଟି ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

 

ଫଟୋ ସାମ୍ବାଦିକ ଉମର୍‌ ଗ୍ୟାନ୍‌ ମଧ୍ୟ ଏହି ଭିଡିଓଟିକୁ ଟ୍ବିଟ୍‌ କରିଛନ୍ତି। ଭିଡିଓରେ ସବୁକିଛି କଏଦ ହୋଇଛି। ଦେଖିବାକୁ ମିଳିଛି କି ଡେଲିଭରି ବୟ ଜଣକ ଘୋଡ଼ା ଚଢ଼ି ତୁଷାରପାତ କାଳରେ ଡେଲିଭରି ପାଇଁ ଯାଇ ଗ୍ରାହକଙ୍କ ନିକଟରେ ପହଞ୍ଚି ଗ୍ରାହକଙ୍କୁ ତାଙ୍କ ସାମଗ୍ରୀ ହସ୍ତାନ୍ତର କରାଉଛନ୍ତି।

ତେବେ ଫଟୋ ସାମ୍ବାଦିକଙ୍କ ପୋଷ୍ଟ୍‌ରେ ଉତ୍ତର ଆସିଛି କି ଏବେ ବି ଗ୍ରାହକଙ୍କ ନିକଟକୁ ଏହି ଭଳି ଭାବେ ଡେଲିଭରି କରାଯାଉଛି। ସୋସିଆଲ୍‌ ମିଡିଆରେ ଆମାଜନ୍‌ର ଏପରି ଅଭିନବ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରାଯାଉଛି। ଭିଡିଓଟିକୁ ଅନେକ ଲାଇକ୍‌ ମିଳିବାରେ ଲାଗିଛି।

The post ଗରାଖ ଈଶ୍ବର! ଭାଇରାଲ୍‌ ହେଉଛି ତୁଷାରପାତ ସମୟ‌ରେ ଘୋଡ଼‌ା ଚଢ଼ି ଆମାଜନ୍‌ ଡେଲିଭରି ବୟଙ୍କ ଡେଲିଭରି ଭିଡିଓ first appeared on Sambad.



from ବିଶେଷ – Sambad https://ift.tt/3sjMwSh

Post a Comment

0 Comments