ରାସ୍ତାରେ ବୁଲୁଛି ଚିତାବାଘ; ଲୋକେ ନିର୍ଭୟରେ ‌ଉଠାଉଛନ୍ତି ଫଟୋ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଚିତାବାଘର ଭିଡିଓ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ତୀର୍ଥନ ଭେଲିର ବୋଲି କୁହାଯାଉଛି। ଏଥିରେ ଏକ ଚିତାବାଘ ରାସ୍ତା ଉପରେ ଚାଲିଚାଲି ଯାଉଛି। ଆଉ ଚିତାକୁ ଦେଖିବାକୁ ଗାଡ଼ିଚାଳକମାନେ ରାସ୍ତା ଉପରେ ଗାଡ଼ିଗୁଡ଼ିକୁ ଧାଡ଼ିଧାଡ଼ି କରି ଅଟକାଇ ଦେଉଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳୁଛି କି ସେହି ରାସ୍ତା ଦେଇଯାଉଥିବା ଲୋକମାନେ ଚିତାବାଘକୁ ଦେଖି ଭୟ ନକରି ତା’ର ଭିଡିଓ କରିବା ସହିତ ଫଟୋ ବି ଉଠାଉଛନ୍ତି। ଇଣ୍ଟରନେଟରେ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଏହି ଲୋକମାନଙ୍କୁ ଜଣାନାହିଁ କି ସେମାନେ କେତେ ବଡ଼ ଭୁଲ କରିଛନ୍ତି। ଏହା କୌଣସି ସର୍କସ ନୁହେଁ।

 

ଏହି ଭିଡିଓ କ୍ଲିପ ଆଇଏଫଏସ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓ ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, ନିଜ ବାହନ ଖୋଜୁଖୋଜୁ। ଏହି ଖବର ଲେଖାଯିବା ବେଳକୁ ଭିଡିଓକୁ ୬.୩ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ୫୯୬ଲାଇକ୍ସ ମିଳିଛି।

The post ରାସ୍ତାରେ ବୁଲୁଛି ଚିତାବାଘ; ଲୋକେ ନିର୍ଭୟରେ ‌ଉଠାଉଛନ୍ତି ଫଟୋ first appeared on Sambad.



from ବିଶେଷ – Sambad https://ift.tt/2XF3lJ5

Post a Comment

0 Comments