
ନୂଆଦିଲ୍ଲୀ: ଅନଲାଇନରୁ ଭୁଲ ଜିନିଷ ଆସିବା କିଛି ନୂଆ କଥା ନୁହେଁ। ଅନେକ ସମୟରେ ଲୋକେ ଫୋନ ଅର୍ଡର କରିଥିଲେ ତାଙ୍କୁ ଇଟା ମିଳିଥିବା ଖବର ଆମେ ଆପଣଙ୍କୁ ଦେଇଛୁ। କିନ୍ତୁ ଏବେ ଆମାଜନରୁ ଜଣେ ଯୁବକ ଅର୍ଡର କରିଥିବା ଜିନିଷ ଏବଂ ସେ ଜିନିଷକୁ ନେଇ ଦେଇଥିବା ରିଭ୍ୟୁ ଏବେ ଚର୍ଚ୍ଚାରେ। ସଞ୍ଜୟ ଆରୋରା ନାମକ ଜଣେ ଟୁଇଟର ବ୍ୟବହାରକାରୀ ଜିନିଷ କିଣିଥିବା ଯୁବକଙ୍କ ରିଭ୍ୟୁର ଦୁଇଟି ସ୍କ୍ରିନସଟ୍ ସେୟାର କରିବା ପରେ ଖବରଟି ଏବେ ଚର୍ଚ୍ଚିତ ହୋଇଛି।
ଟୁଇଟରରେ କରାଯାଇଥିବା ପୋଷ୍ଟ ମୁତାବକ, ଜଣେ ଯୁବକ ଧାର୍ମିକ ଉଦ୍ଦେଶ୍ୟ ପାଇଁ ଗୋବର ଘସି ଅର୍ଡର କରିଥିଲେ। ହେଲେ ତାକୁ ଧାର୍ମିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବା ପରିବର୍ତ୍ତେ ନିଜେ ଖାଇଥିଲେ। ପରେ ଏହାର ସ୍ବାଦ ଭଲ ନଲାଗିବାରୁ ସେ ଆମାଜନରେ ନିଜର ମତ ରଖିଥିଲେ। ରିଭ୍ୟୁରେ, ଗୋବର ଘସିର ସ୍ବାଦ ବହୁତ ଖରାପ। ଘାସ ଭଳି ଲାଗିବା ସହ ମାଟି ଖାଇବା ଭଳି ଲାଗୁଛି। ଏହାର ସ୍ବାଦ ଉପରେ ଆଗକୁ ଧ୍ୟାନ ଦେବେ ଏବଂ ମୁଡୁମୁଡୁ କରିବେ ବୋଲି ଲେଖିଛନ୍ତି।
Ye mera India, I love my India….
pic.twitter.com/dEDeo2fx99
— Dr. Sanjay Arora PhD (@chiefsanjay) January 20, 2021
ଯୁବକଙ୍କ ଏଭଳି ରିଭ୍ୟୁକୁ ନେଇ ଏବେ ଟୁଇଟରରେ ଚର୍ଚ୍ଚା ଆରମ୍ଭ ହୋଇଛି।
The post ଆମାଜନରୁ ଧାର୍ମିକ ଉଦ୍ଦେଶ୍ୟ ପାଇଁ ଅର୍ଡର କରିଥିବା ଗୋବର ଘସି ଖାଇଲେ ଗ୍ରାହକ, ମୁଡୁମୁଡୁ କରିବାକୁ ଦେଲେ ଉପଦେଶ first appeared on Sambad.
from ବିଶେଷ – Sambad https://ift.tt/39MwNTb
0 Comments