କ୍ଷିପ୍ରତମ ରୋବୋଟ୍‌

ଯୁକ୍ତରାଷ୍ଟ୍ର ଆମେରିକାର ‘ପେଣ୍ଟାଗନ୍‌’ ସହ ସ˚ପୃକ୍ତ ବିଜ୍ଞାନୀମାନଙ୍କ ଦ୍ବାରା ସୃଷ୍ଟ ‘ଚିଟା’ ନାମକ ରୋବୋଟ୍‌ ବିଶ୍ବରେ ଦ୍ରୁତତମ ବା କ୍ଷିପ୍ରତମ। ଏହାର ଘଣ୍ଟା ପ୍ରତି ବେଗ ଅଠର ମାଇଲ୍‌ ବା ଅଣତିରିଶ କିଲୋମିଟର‌୍‌। ଦ୍ରୁତ ଗତିରେ ଦଉଡ଼ୁଥିବାରୁ ‘ଚିଟା’ ନାମ। ଏହା ପୂର୍ବରୁ ଜାପାନରେ ନିର୍ମିତ ଏକ ରୋବୋଟ୍‌ କ୍ଷିପ୍ରତମ ଥିଲା। ସେଇଟିର ଘଣ୍ଟା ପ୍ରତି ବେଗ ଥିଲା ଏକୋଇଶ କିଲୋମିଟର‌୍‌। ବୋଷ୍ଟନ୍‌ ଡାଇନାମିକ୍‌ସ କାରିଗରୀ କୌଶଳ ମାଧ୍ୟମରେ ମସ୍ତକବିହୀନ କୁକୁର ପରି ଦେଖା ଯାଉଥିବା ‘ଚିଟା’କୁ ନିର୍ମାଣ କରାଯାଇଥିବା ଜଣାଯାଏ। ଏହାର ଆଉ ଏକ ବିଶେଷତ୍ବ ହେଉଛି, ଏହା ବୋମା ନିଷ୍କ୍ରିୟ କରିବାକୁ ସକ୍ଷମ।

The post କ୍ଷିପ୍ରତମ ରୋବୋଟ୍‌ first appeared on Sambad.



from ବିଶେଷ – Sambad https://ift.tt/382u3Br

Post a Comment

0 Comments