
ଗ୍ରେଟର୍ ମାଞ୍ଚେଷ୍ଟର୍ର ‘କଲାର୍’ କାଗଜ କଳରେ ଚାକିରି କରିଥିବା ହାରି କକ୍ସ ଜଣେ ପୁରୁଣା ଜିନିଷ ସ˚ଗ୍ରାହକ। ବିଶ୍ବର ସବୁଠାରୁ ପୁରୁଣା ଚଳନ୍ତି ଭାକ୍ୟୁମ୍ କ୍ଲିନର୍ଟି ତାଙ୍କ ପାଖରେ ଗଚ୍ଛିତ। ସେଇଟିର ନିର୍ମାତା ଆମେରିକାର ଷ୍ଟର୍ଟ୍ଭାନ୍ଟ କ˚ପାନି। ତିଆରିହୋଇଥିଲା ୧୧୬ ବର୍ଷ ତଳେ। କାଗଜ କଳର ଗୋଦାମ ଘରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। କେହି ବ୍ୟବହାର କରୁ ନ ଥିଲେ; ଯଦିଓ ଚଳନ୍ତି ଅବସ୍ଥାରେ ଥିଲା। ହାରି ଯଥାବିଧି ଅନୁମତି ନେଇ ସେଇଟିକୁ ବିନା ମୂଲ୍ୟରେ ଘରକୁ ନେଇଆସିଥିଲେ। ଭାକ୍ୟୁମ୍ କ୍ଲିନର୍ଟି ବେଶ୍ ଭାରୀ। ଚାଲିଲେ ଭୟଙ୍କର ଶବ୍ଦ ବାହାରେ। ତେଣୁ, ହାରି ନିୟମିତ ବ୍ୟବହାର କରନ୍ତିନାହିଁ। କେବଳ ଠିକ୍ ଅଛି ବୋଲି ନିଶ୍ଚିତ ହେବା ପାଇଁ ମଝିରେ ମଝିରେ ପରୀକ୍ଷା କରନ୍ତି।
The post ୧୧୬ ବର୍ଷର ପୁରୁଣା ଭାକ୍ୟୁମ୍ କ୍ଲିନର first appeared on Sambad.
from ବିଶେଷ – Sambad https://ift.tt/3hxARu8
0 Comments