
ଥାଇଲାଣ୍ତ୍ରେ ହାତୀଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦେଇ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଏ। ସେଠାକାର କୋହ୍ ସାମୁଇ ଦ୍ବୀପରେ ଏକ ହାତୀ ସଫାରି ଅନୁଷ୍ଠାନ ଅଛି। ସେଠାରେ ଥିବା ମାଲି ଏବ˚ ଟୋକ୍ଟାକ୍ ନାମକ ହାତୀ ବାସ୍କେଟ୍ବଲ୍ ଖେଳିପାରନ୍ତି। ଏକଦା ହାତୀ ଦୁଇଟି ଅସୁସ୍ଥ ହୋଇପଡ଼ିଥିଲେ। ବିଭିନ୍ନ ପ୍ରକାରର ଚିକିତ୍ସା ସତ୍ତ୍ବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନ ଆସିବାରୁ, ଜଣେ ଚିକିତ୍ସକ ସେମାନଙ୍କୁ ବାସ୍କେଟ୍ବଲ୍ ଖେଳ ଶିଖାଇବା ଲାଗି ପରାମର୍ଶ ଦେଇଥିଲେ। ମାଲି ଏବ˚ ଟୋକ୍ଟାକ୍କୁ ବାସ୍କେଟ୍ବଲ୍ ଖେଳରେ ତାଲିମ ଦିଆଯିବା ପରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ଏହି ଖେଳ ହାତୀଙ୍କ ପୂର୍ବ ସ୍ବାସ୍ଥ୍ୟ ଫେରାଇଆଣିଥିଲା। ତାହା ପରେ ସେଠାରେ ଥିବା ସମସ୍ତ ହାତୀଙ୍କୁ ଏହି ଖେଳରେ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
The post ବାସ୍କେଟ୍ବଲ୍ ଖେଳାଳି ହାତୀ first appeared on Sambad.
from ବିଶେଷ – Sambad https://ift.tt/3hC96QX
0 Comments