
ଚର୍ମ କୁଞ୍ଚନ ବା ବୟସ ଦାଗ ଦୂରକରିବା ପାଇଁ ବୋଟୋକ୍ସ ଇ˚ଜେକ୍ସନ୍, ପ୍ଲାଷ୍ଟିକ୍ ସର୍ଜରିର ସହାୟତା ନିଆଯାଏ। ଏହି ପଦ୍ଧତି ବ୍ୟୟବହୁଳ ଓ ଏଥିରେ ବିପଦ ମଧ୍ୟ ରହିଛି। ଦାଗ ଲୁଚାଇବା ପାଇଁ କେହି କେହି ଘରୋଇ ଆୟୁର୍ବେଦୀୟ ଉପଚାର କରନ୍ତି। ଏବେ ଜାଣନ୍ତୁ ପଚାଶ ବର୍ଷ ବୟସ୍କା ଟେସ୍ କ୍ରିଷ୍ଟିଆନ୍ଙ୍କ ସ˚ପର୍କରେ। ନ ହସିଲେ ମୁହଁର ଚର୍ମ କୁଞ୍ଚିତ ହେବନାହିଁ ବୋଲି ସେ ବିଶ୍ବାସ କରନ୍ତି। ଦଶ ବର୍ଷର ହୋଇଥିବା ବେଳେ ଏହି ଧାରଣା ତାଙ୍କ ମୁଣ୍ତରେ ବସା ବାନ୍ଧିଥିଲା। ଆଉ ପ୍ରାୟ ପଞ୍ଚଚାଳିଶ ବର୍ଷ ହେଲା ସେ ହସିନାହାନ୍ତି। ପତ୍ନୀ ତଥା ମାଆ ବନିବା ଭଳି ଅତି ଆନନ୍ଦଦାୟକ ମୁହୂର୍ତ୍ତରେ ସୁଦ୍ଧା ସେ ହସି ନ ଥିବା ପ୍ରକାଶ। ତାଙ୍କ ମୁହଁରେ ଗୋଟିଏ ହେଲେ କୁଞ୍ଚ ନ ଥିବା ସେ ଦାବି କରୁଛନ୍ତି।
The post ପଞ୍ଚଚାଳିଶ ବର୍ଷ ହେଲା ହସି ନ ଥିବା ମହିଳା first appeared on Sambad.
from ବିଶେଷ – Sambad https://ift.tt/33KAWVy
0 Comments