
ଲାଟିନ୍ ଆମେରିକା ଅନ୍ତର୍ଗତ ବିଭିନ୍ନ ବର୍ଷା ଜଙ୍ଗଲ ନାନା ବିଚିତ୍ର ପଶୁ-ପକ୍ଷୀଙ୍କ ବାସସ୍ଥାନ। ସେଠାରେ ରହୁଥିବା ଏକ ବିଚିତ୍ର ପକ୍ଷୀ ହେଉଛି ଆମାଜୋନିଆନ୍ ସିନେରସ୍ ମୋର୍ନର୍। ସାଧାରଣତଃ, ନୀଡ଼ରେ ଡିମ୍ବ ଫଟାଇ ବାହାରୁଥିବା ପକ୍ଷୀ ଶାବକ, ଉଡ଼ି ନ ଶିଖିବା ପର୍ଯ୍ୟନ୍ତ ମାଆ ଦ୍ବାରା ଲାଳିତପାଳିତ ହୁଏ। ଶିକାରୀଙ୍କ କବଳରୁ ମାଆ ବଞ୍ଚାଏ। ତେବେ, ସିନେରସ୍ ମୋର୍ନର୍ ଶାବକ ନିଜକୁ ରକ୍ଷା କରିବା ପାଇଁ ସମର୍ଥ। ଶିକାରୀଙ୍କ ଉପସ୍ଥିତି ବାରିବା କ୍ଷଣି ଏହି ପକ୍ଷୀ ଶାବକ ମୋଡ଼ିମାଡ଼ି ହୋଇ ବିଷାକ୍ତ ଶଁବାଳୁଆର ଛଦ୍ମ-ରୂପ ନିଏ। ପରଗୁଡ଼ିକ କଣ୍ଟା ଭଳି ଏବଂ ପକ୍ଷୀ ଶାବକ ବାର ସେଣ୍ଟିମିଟର୍ ଲମ୍ବର ଶଁବାଳୁଆ ଭଳି ଦିେଶ। ଶିକାରୀ ପାଖ ମାଡ଼େନାହିଁ।
The post ଶଁବାଳୁଆ ନୁହେଁ ପକ୍ଷୀ ଶାବକ first appeared on Sambad.
from ବିଶେଷ – Sambad https://ift.tt/3ooyR9r
0 Comments