ସାରା ସହରର ବାସିନ୍ଦା ଗୋଟିଏ କୋଠାରେ

‘ହ୍ୱିଟିଅର‌୍‌’- ଆଲାସ୍କାରେ ଥିବା ଏକ ଛୋଟିଆ ସହର। ଏହି ସହରର ବାସିନ୍ଦାଙ୍କ ସ˚ଖ୍ୟା ୧୭୭। ଆଉ ଏହାର ସମସ୍ତ ବାସିନ୍ଦା ଗୋଟିଏ ମାତ୍ର କୋଠାରେ ବାସକରୁଛନ୍ତି। ସହର ଭିତରେ ମୋଟ ଦୁଇଟି କୋଠା। ଦ୍ୱିତୀୟ କୋଠାଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ସହରରେ ଜମିର ଅଭାବ ନାହିଁ। ତେବେ, ବାସିନ୍ଦାମାନେ ନିଜ ନିଜର ବାସଗୃହ ତିଆରି କରିବା ପାଇଁ ଆଗ୍ରହୀ ନୁହନ୍ତି। ପ୍ରାୟ ସତୁରି ବର୍ଷ ହେଲା ସମସ୍ତେ ଗୋଟିଏ କୋଠାରେ ବାସକରିଆସିଲେଣି। କୋଠାଟି ଚଉଦ ମହଲା ବିଶିଷ୍ଟ ଏବଂ ନାମ- ‘ବେଗିଚ୍‌ ଟାୱାର‌୍‌’।

ଦ୍ୱିତୀୟ ବିଶ୍ୱ ଯୁଦ୍ଧ କାଳରେ ସେଠାରେ ସୈନିକମାନେ ରହୁଥିଲେ। ଏବେ ଧର୍ମଯାଜକ, ପୁଲିସ୍‌, ନିଶା-ବିକ୍ରେତା, ନେତା ଓ ସାଧାରଣ ନାଗରିକ ଏକତ୍ର ରହୁଛନ୍ତି। କୋଠାରେ ରହିଛି ସ୍ବାସ୍ଥ୍ୟ କେନ୍ଦ୍ର, ପୁଲିସ୍‌ ଥାନା, ଗିର୍ଜା ଓ ଗୋଟିଏ ଦୋକାନ। ହ୍ବିଟିଅର‌୍‌ର ଅବସ୍ଥିତି ଦୁର୍ଗମ ଅଞ୍ଚଳରେ। ବାସିନ୍ଦା ସାମୁଦ୍ରିକ ମତ୍ସ୍ୟ-ଶିକାର ଉପରେ ନିର୍ଭରଶୀଳ। ବାହାର ଦୁନିଆ ସହ ପ୍ରାୟ ସ˚ପର୍କ ନ ଥାଏ।

The post ସାରା ସହରର ବାସିନ୍ଦା ଗୋଟିଏ କୋଠାରେ first appeared on Sambad.



from ବିଶେଷ – Sambad https://ift.tt/3mLo88C

Post a Comment

0 Comments