
ଗତବର୍ଷ ଠାରୁ ଦେଶର ଗାଡ଼ି ବଜାର ଦ୍ରୁତ ବେଗରେ ବଢ଼ିବାକୁ ସଂଘର୍ଷ କରୁଥିଲା। ଚଳିତ ବର୍ଷ ଏପ୍ରିଲ୍ରୁ କେଠାର ବିଏସ୍-୪ ନିୟମ ଲାଗୁ ହୋଇଥିବାରୁ ଏହାର ପୂର୍ବ ମାସଗୁଡ଼ିକରେ କଂପାନିଗୁଡ଼ିକୁ ସେମାନଙ୍କ ପୁରୁଣା ବିଏସ୍-୪ ଗାଡ଼ିର ଷ୍ଟକ ଶେଷ କରିବାକୁ ପଡ଼ିଥିଲା। ଗୋଟିଏ ପଟେ ବିଏସ୍-୬ ମାନର ଗାଡ଼ି ତିଆରି କରିବା ଲାଗି ନିବେଶ ବଢ଼ାଇବା ଚାପ ରହିଥିବା ବେଳେ ଅନ୍ୟପଟେ ପୁରୁଣା ଷ୍ଟକ ଶେଷ ନହେବା କଂପାନିଗୁଡ଼ିକୁ ଚିନ୍ତାରେ ପକାଇଥିଲା। ଏପ୍ରିଲ୍ ପୂର୍ବରୁ ଲକ୍ଡାଉନ୍ ଘୋଷଣା ହେବା ପରେ ମେ’ ୩ ପର୍ଯ୍ୟନ୍ତ ସୋ’ରୁମ୍ଗୁଡ଼ିକ ଖୋଲିପାରିନଥିଲା। ଏହା ପରେ ଯଦିଓ ସୋ’ରୁମ୍ ଖୋଲିଥିଲା କିନ୍ତୁ କୋଭିଡ୍-୧୯ ଭୟ ଯୋଗୁଁ ଗ୍ରାହକମାନେ ଗାଡ଼ି କିଣିବାକୁ ଆସିନଥିଲେ। ଉତ୍ସବ ଋତୁ ଗାଡ଼ି କଂପାନିଗୁଡ଼ିକର ଭାଗ୍ୟ ବଦଳାଇ ଦେଇଥିଲା।
ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ହୁଣ୍ଡାଇ, ଟାଟା ମୋଟର୍ସ, କିଆ ମୋଟର୍ସ, ହୋଣ୍ଡା କାରସ୍, ଟୟୋଟା, ଏମ୍ଜି ମୋଟର୍ସ, ହିରୋ ମୋଟୋ କର୍ପ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ବଜାଜ ଅଟୋ, ରୟାଲ୍ ଏନ୍ଫିଲ୍ଡ ଆଦି କଂପାନି ବିକ୍ରିରେ ଆଶାତୀତ ସଫଳତା ହାସଲ କରିଥିଲେ। ଚଳିତ ବର୍ଷ ଯେହେତୁ କଂପାନିଗୁଡ଼ିକ ନୂଆ ମଡେଲ୍ ଉନ୍ମୋଚନ କରିପାରିନାହାନ୍ତି, ତେଣୁ ୨୦୨୧ରେ ସେମାନେ ଏକାଧିକ ନୂଆ ମଡେଲ୍ ବଜାରକୁ ଆଣିବାର ସମ୍ଭାବନା ରହିଛି।
The post ୨୦୨୧ରେ ଆସିବ ନୂଆ ନୂଆ ମଡେଲର ଗାଡ଼ି first appeared on Sambad.
from ବିଶେଷ – Sambad https://ift.tt/3gVo445
0 Comments