
କରୋନା ମହାମାରୀର ପ୍ରଚଣ୍ଡ ପ୍ରହାର ନିଯୁକ୍ତି କ୍ଷେତ୍ର ଲାଗି ଏତେ ଶକ୍ତ ଥିଲା ଯେ ୧୨ କୋଟି ଲୋକ ବେକାର ହୋଇଯାଇଥିଲେ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) ମେ’ ମାସରେ ଜାରି କରିଥିଲା ଏକ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲା। ଦେଶର ବେକାରୀ ହାର ୨୭.୧% ଭଳି ଉଚ୍ଚ ସ୍ତରକୁ ଚାଲିଯାଇଥିଲା। ଅନ୍ଲକ୍ ପ୍ରକ୍ରିୟାରେ କିନ୍ତୁ ସ୍ଥିତିରେ ଦ୍ରୁତ ସୁଧାର ଘଟିଥିଲା। ଜୁନ୍ ୨୧ ସୁଦ୍ଧା ବେକାରି ହାର ୮.୪୮%କୁ ହ୍ରାସ ପାଇଥିଲା। ନଭେମ୍ବର ୧୫ରେ ତାହା ୫.୪୫%କୁ ହ୍ରାସ ପାଇଛି।
ଅର୍ଥାତ ନିଯୁକ୍ତି କ୍ଷେତ୍ରର ଯେଉଁ କ୍ଷତି ହୋଇଥିଲା ତାହା ଅନେକାଂଶରେ ଭରଣା ହୋଇଛି। କିନ୍ତୁ ଯେଉଁମାନେ ଚାକିରି ହରାଇଥିଲେ ସେମାନେ ଯେ ପୁଣି ନିଯୁକ୍ତି ପାଇଛନ୍ତି ତାହାର କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ। ଏତିକି ଜଣାପଡ଼ିଛି ଯେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିଯୁକ୍ତି ହାର ବଢ଼ିଛି ଓ ବେକାରି ହାର ହ୍ରାସ ପାଇଛି। ନିଯୁକ୍ତି କ୍ଷେତ୍ରକୁ ସ୍ବାଭାବିକ କରିବା ଲାଗି ବିପୁଳ ପରିମାଣର ନୂଆ ନିଯୁକ୍ତି ଦରକାର। ୨୦୨୧ ସେହି ଲକ୍ଷ୍ୟକୁ ହାସଲ କରିବାରେ କେତେ ଦୂର ସଫଳ ହେବ ତାହା ବର୍ଷକ ପରେ ଜଣାପଡ଼ିବ।
The post ଦେଶରେ ୧୨ କୋଟି ବେକାର, ନୂଆ ନିଯୁକ୍ତି ଦରକାର first appeared on Sambad.
from ବିଶେଷ – Sambad https://ift.tt/3gXrbJ6
0 Comments