ଅନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ

‘ଜାତି ସ˚ଘ’ର ସାଧାରଣ ପରିଷଦର ଅନୁମୋଦନକ୍ରମେ ୨୦୦୦ରୁ ପ୍ରତି ବର୍ଷ ଡିସେମ୍ବର‌ ୧୮ରେ ପାଳନ କରାଯାଉଛି ‘ଅର୍ନ୍ତଜାତୀୟ ପ୍ରବାସୀ ଶ୍ରମିକ ଦିବସ’। ଦେଶାନ୍ତର ଗମନ କରି, ଅନ୍ୟତ୍ର କାର୍ଯ୍ୟ କରୁଥିବା ଶ୍ରମିକ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା, ସେମାନଙ୍କ ବିଭିନ୍ନ ଅଧିକାର ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ‘ଅନ୍ତର୍ଜାତୀୟ ଶ୍ରମିକ ସ˚ଗଠନ’ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୪ରେ ସାରା ବିଶ୍ବରେ ପ୍ରବାସୀ ଶ୍ରମିକଙ୍କ ସ˚ଖ୍ୟା ଥିଲା ୨୩.୨ କୋଟି। ଉଲ୍ଲେଖଯୋଗ୍ୟ ଯେ, ପ୍ରବାସୀ ଶ୍ରମିକମାନେ ନିଜ ଅପେକ୍ଷା ଅନ୍ୟ ଦେଶର ଅର୍ଥନୀତିକୁ ଅଧିକ ସମୃଦ୍ଧ କରୁଥିଲେ ହେଁ ବିଭିନ୍ନ ପ୍ରକାରେ ନିର୍ଯାତିତ ହୋଇଥାଆନ୍ତି। ଶୋଷଣର ଶିକାର ହେଉଥିବା ଶ୍ରମିକ କ୍ବଚିତ୍‌ ନ୍ୟାୟ ପାଆନ୍ତି। ତେଣୁ, ସମସ୍ତେ ଏ ବାବଦରେ ସଚେତନ ହେବା ଜରୁରୀ।

The post ଅନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ first appeared on Sambad.



from ବିଶେଷ – Sambad https://ift.tt/2Wpks0V

Post a Comment

0 Comments