୨୦୨୦: ଧନୀର ଧନ ବଢ଼ିଲା, ଆଉ କିଏ ଜେଲ୍‌ରେ

ମହାମାରୀ ସମୟରେ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତିରେ ଜବରଦସ୍ତ ବୃଦ୍ଧି ହୋଇଥିଲା। ତାଙ୍କ ଟେଲିକମ୍ ସଂସ୍ଥା ରିଲାଏନ୍ସ ଜିଓ ଓ ରିଟେଲ୍‌ ସଂସ୍ଥା ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ରେ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପୁଞ୍ଜିନିବେଶ କରିଥିଲେ। ତାଙ୍କ କଂପାନିର ସେୟାର ମୂଲ୍ୟ ଏତେ ବଢ଼ିଯାଇଥିଲା ଯେ ମୁକେଶ ବିଶ୍ବର ପଞ୍ଚମ ବଡ଼ ଧନୀ ଭାବେ ଉଭା ହୋଇଥିଲେ। ଏବେ ସେ ଦଶମ ସ୍ଥାନକୁ ଖସିଆସିଛନ୍ତି।

ଏହି ସମୟରେ ତାଙ୍କ ସାନ ଭାଇ ଅନିଲ ଅମ୍ବାନି ଏକ ପ୍ରକାର କାଙ୍ଗାଳ ହୋଇପଡ଼ିଛନ୍ତି। ଗତ ଦଶକରେ ବିପୁଳ ପରିମାଣର ଋଣ ଆଣି ବ୍ୟବସାୟ ବିସ୍ତାର କରିଥିବା ଅନିଲ ସେହି ଋଣ ଶୁଝିପାରିନାହାନ୍ତି। ଫଳରେ ତାଙ୍କର ଗୋଟିଏ ପରେ ଗୋଟିଏ ସଂସ୍ଥା ବନ୍ଦ ହେବାରେ ଲାଗିଛି। ଆନ୍ତର୍ଜାତିକ ଅଦାଲତରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଏକ ସମୟରେ ସେ ଜେଲ୍ ଯିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ସଠିକ୍ ସମୟରେ ବଡ଼ ଭାଇଙ୍କ ସହାୟତା ଯୋଗୁଁ ସେ ଜେଲ୍ ଯିବାରୁ ବର୍ତିଯାଇଥିଲେ। ୨୦୨୧ରେ ମଧ୍ୟ ତାଙ୍କ ସମସ୍ୟାର ଅନ୍ତ ହେବା ଭଳି ମନେ ହେଉନାହିଁ।

୨୦୨୦ରେ କେବଳ ଅନିଲ ନୁହନ୍ତି ଆଉ କିଛି ଉଦ୍ୟୋଗୀଙ୍କ ସମୟ ମଧ୍ୟ ଖରାପ ଥିଲା। ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଡିଏଚ୍‌ଏଫ୍‌ଏଲ୍‌ର ପ୍ରତିଷ୍ଠାତା କପିଲ ୱାଧୱାନ ଓ ଧୀରଜ ୱାଧୱାନ୍ ଗିରଫ ହୋଇ ଜେଲ‌୍‌ରେ।

The post ୨୦୨୦: ଧନୀର ଧନ ବଢ଼ିଲା, ଆଉ କିଏ ଜେଲ୍‌ରେ first appeared on Sambad.



from ବିଶେଷ – Sambad https://ift.tt/3ntiIzI

Post a Comment

0 Comments