
ଲଣ୍ତନ୍ ଅନ୍ତର୍ଗତ ‘ସି ଲାଇଫ୍’ ଆକ୍ବାରିଅମ୍ରେ ଏକ ବିରାଟ କାଚ ଘରେ ଖଞ୍ଜାଯାଇଛି, ଗୋଟିଏ ଛୋଟିଆ କାଚ ଘର। ବଡ଼ ଘରଟିରେ ଛଡ଼ାଯାଇଛି ପନ୍ଦରଟି ସାର୍କ୍। ଛୋଟ ଘର ଭିତରକୁ ପ୍ରବେଶ ପଥ ଅଲଗା। ରୋମାଞ୍ଚପ୍ରିୟ ପର୍ଯ୍ୟଟକମାନେ ଚାହିଁଲେ ଛୋଟ ଘର ଭିତରକୁ ଯାଇ ଚାହା ପିଇପାରିବେ। ସେଥି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ସେହି ଘର ଭିତରକୁ ଯିବା ପାଇଁ ବୁଡ଼ାଳିମାନେ ପିନ୍ଧୁଥିବା ପୋଷାକ ପିନ୍ଧି ଏବଂ ଅମ୍ଳଜାନ ସିଲିଣ୍ତର୍ ନେଇ ଯିବାକୁ ହେବ। ଭିତରେ ପଡ଼ିଛି ଟେବଲ୍ ଓ ଚୌକି ଆଦି। ପେସାଦାର ବୁଡ଼ାଳିମାନେ ସେଠାରେ ଚାହା ଯୋଗାଇଦେବେ। ଆଉ ଯଥେଷ୍ଟ ସାହସ ଥିଲେ ସାର୍କ୍ଙ୍କ ମେଳରେ ଚାହାର ମଜା ନେଇପାରିବେ। ସାର୍କ୍ଙ୍କୁ ଆମେ ଯେତେ ହି˚ସ୍ର ଭାବୁଛେ, ସେମାନେ ସେତେ ହି˚ସ୍ର ନୁହନ୍ତି; ଏହା ଦେଖାଇବା ପାଇଁ ଏହି ବ୍ୟବସ୍ଥା। ସେଠାରେ ବ୍ଲାକ୍ ଟିପ୍ ରିଫ୍, ନର୍ସ୍, ବ୍ରାଉନ୍, ସ୍ୟାଣ୍ତ୍ ଟାଇଗର୍, ଜେବ୍ରା ଏବ˚ ବୋମାଉଥ୍ ଗିଟାର୍ ପ୍ରଜାତିର ଭୟଙ୍କର ସାର୍କ୍ ଛଡ଼ାଯାଇଛି।
The post ସାର୍କ୍ଙ୍କ ମେଳରେ ଚାହାପାନ first appeared on Sambad.
from ବିଶେଷ – Sambad https://ift.tt/3qE1wcv
0 Comments