
କିଛି ବର୍ଷ ତଳେ ମାଡାଗାସ୍କାରେ ଥିବା ଅଂଡାଜିବ୍-ମନ୍ଟାଜିୟା ଜାତୀୟ ଉଦ୍ୟାନରେ ଏକ ନୂଆ ପ୍ରକାରର ବୁଢ଼ିଆଣୀ ପ୍ରଜାତି ଆବିଷ୍କୃତ ହୋଇଥିଲା। ଏହି ପ୍ରଜାତିର ବୁଢ଼ିଆଣୀର ନାମ- ‘ଡାର୍ଉଇନ୍ସ ବାର୍କ୍ ସ୍ପାଇଡର୍’। ଏହି ବୁଢ଼ିଆଣୀର ବିଶେଷତ୍ବ ହେଉଛି, ଏହା ନଦୀ-ନାଳ ଉପରେ ଜାଲ ବୁଣିପାରେ। ଜାଲ ବେଶ୍ ଟାଣ। ଅଂଡାଜିବ୍-ମନ୍ଟାଜିୟା ଜାତୀୟ ଉଦ୍ୟାନରେ କିଛି ମାସ ତଳେ ଗୋଟିଏ ବୟାଅଶୀ ଫୁଟ୍ର ଜାଲ ଠାବ କରାଯାଇଥିଲା। ଉଡ଼ନ୍ତା ଚଢ଼େଇଙ୍କୁ ଧରି, ଖାଇବା ପାଇଁ ଡାର୍ଉଇନ୍ସ ବୁଢ଼ିଆଣୀ ଜାଲ ବୁଣୁଥିବା ଅନୁମାନ କରାଯାଏ।
The post ବୟାଅଶୀ ଫୁଟ୍ର ବୁଢ଼ିଆଣୀ ଜାଲ! first appeared on Sambad.
from ବିଶେଷ – Sambad https://ift.tt/3lOn172
0 Comments