
ଆଫ୍ରିକା ଅନ୍ତର୍ଗତ ନାମିବ୍ୟାର ଉତ୍ତରାଞ୍ଚଳ ହିଂବା ଆଦିମ ଅଧିବାସୀଙ୍କ ବାସସ୍ଥାନ। ଏହି ଆଦିମ ଅଧିବାସୀମାନେ ଜୀବନ କାଳ ମଧ୍ୟରେ ଥରେ ହେଲେ ପାଣିରେ ଗାଧାନ୍ତିନାହିଁ। ଏହି ସ˚ପ୍ରଦାୟ ମଧ୍ୟରେ ଧୂମ-ସ୍ନାନ ପ୍ରଚଳିତ। ହିଂବା ମହିଳାମାନେ ବଣରୁ କେତେକ ଔଷଧୀୟ ଗୁଳ୍ମ ସ˚ଗ୍ରହ କରନ୍ତି। ସୂର୍ଯ୍ୟ ଉଇଁବା ପୂର୍ବରୁ ବନ୍ଦ ଘରେ ସେଥିରେ ନିଅାଁ ଲଗାଇଦିଆଯାଏ। ଧୂମ ଭିତରେ ପରିବାରର ସଦସ୍ୟମାନେ ଘଣ୍ଟା ଘଣ୍ଟା ଧରି ବସିରହନ୍ତି। ଧୂମ ସ˚ସ୍ପର୍ଶରେ ଆସିବା ଦ୍ବାରା ସେମାନଙ୍କ ତ୍ବଚାରୁ ମଇଳା ବାହାରିଯାଉଥିବା ପ୍ରକାଶ।
ସେମାନେ ଏବେ ବି ଚମଡ଼ା ପୋଷାକ ପିନ୍ଧୁଛନ୍ତି। ପୋଷାକ ମଧ୍ୟ ଧୂମରେ ସଫା କରନ୍ତି। ସେମାନଙ୍କ ମୁଖ୍ୟ ଜୀବିକା ପଶୁପାଳନ। ଅନ୍ୟ କୌଣସି ପ୍ରକାରର କାମ କରନ୍ତିନାହିଁ। ମୁଦ୍ରାର ବ୍ୟବହାର ଜାଣନ୍ତିନାହିଁ। ଶରୀରର ଉପରାର୍ଦ୍ଧ ଢାଙ୍କନ୍ତିନାହିଁ। ସୌରତାପରୁ ରକ୍ଷା ପାଇବା ପାଇଁ ଲହୁଣିରେ ଗେରୁ ମିଶାଇ, ବୋଳିହୋଇ, ପଦାକୁ ବାହାରନ୍ତି। ଲହୁଣି ଓ ଗେରୁ ଯୋଗୁଁ ସେମାନଙ୍କର ଚର୍ମ ନାଲି ଦିଶେ ଏବ˚ ତାହା ସନ୍-ସ୍କ୍ରିନ୍ ଲୋସନ୍ ଭଳି କାମ କରେ।
The post ସ୍ନାନ କରୁ ନ ଥିବା ଆଦିମ ଅଧିବାସୀ first appeared on Sambad.
from ବିଶେଷ – Sambad https://ift.tt/3oKyk27
0 Comments