ହାଡଭଙ୍ଗା ଶୀତରେ ବେସାହାରା ଲୋକଙ୍କୁ କମ୍ବଳ ବାଣ୍ଟିଲେ ସବ୍ୟସାଚୀ, ଭିଡିଓ କଲରେ ବୁଝିଲେ ଭଲ ମନ୍ଦ

ଭୁବନେଶ୍ୱର: ଓଲିଉଡ ଅଭିନେତା ସବ୍ୟସାଚୀ, ଏହି ନାଁ ସହିତ ଏବେ ସମସ୍ତେ ପରିଚିତ। ନିଜ ମହାନ କାମ ପାଇଁ ଏବେ ଘରେ ଘରେ ପରିଚିତ ସବ୍ୟସାଚୀ। ସେ ଏବେ ପୁଣି ଗରିବଙ୍କ ସହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ଅସହାୟଙ୍କ ଦୁଃଖ ବୁଝିଛନ୍ତି ଏହି ଅଭିନେତା। ଅସହାୟ ଲୋକଙ୍କ ଦୁଃଖ ଦୂର କରିବାକୁ ଆଗେଇ ଆସିଛନ୍ତି ହୃଦୟର ହିରୋ। ହାଡଭଙ୍ଗା ଶୀତରେ ଯେତେବେଳେ ହସ୍ପିଟାଲ ବାରଣ୍ଡରେ ପଡି ରହିଥିଲେ ଅସହାୟ ଲୋକ, ସେତେବେଳେ ତାଙ୍କ ଦୁଃଖକୁ ହୃଦୟଙ୍ଗମ କରିପାରିଥିଲେ। ଆଉ ସେମାନଙ୍କ କଷ୍ଟକୁ ଦୂର କରିବା ପାଇଁ ତାଙ୍କୁ ଦେଇଥିଲେ କମଳ। ଏହି କମଳ ସେ ନିଜେ ଆସି ଦେଇନାହାନ୍ତି। କଟକରେ ଥିବା ନିଜର କିଛି ଫ୍ୟାନମାନଙ୍କ ଜରିଆରେ ଏହି ମହାନ କାମ କରିଛନ୍ତି।

କାହିଁ କେତେ ଦୂରରୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ଲୋକମାନେ ଆସିଥାନ୍ତି। ହେଲେ ରୋଗୀ ଡାକ୍ତରଖାନାରେ ଆଡମିଟ ହେବା ପରେ ସମ୍ପର୍କୀୟମାନେ ହସ୍ପିଟାଲ ବାରଣ୍ଡରେ ବିଶ୍ରାମ ନେଇଥାନ୍ତି। ଶୀତ କାକରରେ ସେମାନେ ସେମିତି ନିଜ ସମ୍ପର୍କୀୟଙ୍କୁ ଜଗି ରହିଥାନ୍ତି। ଆଉ ଏହି ଅସହାୟ ଲୋକଙ୍କ କଷ୍ଟକୁ ବୁଝିଛନ୍ତି ସବ୍ୟ। ସେମାନଙ୍କ କଷ୍ଟକୁ ଦୂର କରିବା ପାଇଁ ତାଙ୍କୁ କମଳ ବାଣ୍ଟିବା ସହ ଭିଡିଓ କଲ ଜରିଆରେ ସେମାନଙ୍କ ଦୁଃଖ ବୁଝିଛନ୍ତି ସବ୍ୟସାଚୀ।

ଏହି ହାଡଭଙ୍ଗା ଶୀତରେ ଅନେକ ଅସହାୟ ଲୋକ ଶୀତ କାକରରେ ନିଜ ଜୀବନ ବିତାଉଛନ୍ତି। ଅସହାୟ ଲୋକଙ୍କ ଏହି କଷ୍ଟକୁ ବୁଝିଛନ୍ତି ସବ୍ୟ। ଆଉ ନିଜ ଫ୍ୟାନ ମାନଙ୍କ ଜରିଆରେ ବାଣ୍ଟିଛନ୍ତି କମଳ। ବଡ ଦିନ ପାଇଁ ସବ୍ୟ କରିଛନ୍ତି ଏଭଳି ବଡ କାମ। ସେ ମଣିଷ ହେଇ କିଭଳି ମଣିଷଙ୍କୁ ଭଲ ପାଇବ ସମାଜକୁ ସେହି ବାର୍ତ୍ତା ଦେଇଛନ୍ତି।

The post ହାଡଭଙ୍ଗା ଶୀତରେ ବେସାହାରା ଲୋକଙ୍କୁ କମ୍ବଳ ବାଣ୍ଟିଲେ ସବ୍ୟସାଚୀ, ଭିଡିଓ କଲରେ ବୁଝିଲେ ଭଲ ମନ୍ଦ first appeared on Sambad.



from ବିଶେଷ – Sambad https://ift.tt/37RKTD8

Post a Comment

0 Comments