ଯୁଦ୍ଧାଭ୍ୟାସବେଳେ ଛିଣ୍ଡିଗଲା ଯବାନଙ୍କ ଆଙ୍ଗୁଠି, ଏମ୍ସ ଡାକ୍ତର ଯୋଡ଼ିଲେ ଆଙ୍ଗୁଠି

ଜୟପୁର: ଯୁଦ୍ଧାଭ୍ୟାସବେଳେ ଛିଣ୍ଡିଗଲା ଯବାନଙ୍କ ଆଙ୍ଗୁଠି | ଅପରେସନ କରିବାକୁ ସେନା ସ୍ଥାନୀୟ ପୁଲିସ ସାହାଯ୍ୟରେ ପ୍ରସ୍ତୁତ କଲା ଗ୍ରୀନ କରିଡର | ଆଉ ମାତ୍ର ୯ ମିନିଟରେ ୧୨ କିଲୋମିଟର ଦୂରତା ଅତିକ୍ରମ କରି ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ସେନା ଯବାନ | ରାଜସ୍ଥାନର ଜୟସଲମେରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଜୟସଲମେରରେ ଯୁଦ୍ଧ ଅଭ୍ୟାସ ସମୟରେ ଜଣେ ଯବାନଙ୍କ ଆଙ୍ଗୁଠି କଟିଯାଇଥିଲା। ଏହା ପରେ ଯବାନଙ୍କୁ ହେଲିକପ୍ଟର ଆମ୍ବୁଲାନ୍ସ ଯୋଗେ ଜୟସଲମେରଠାରୁ ଯୋଧପୁରକୁ ପଠାଇଥିଲା। ଏଠାରେ ୧୨ କିଲୋମିଟରର ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଥିଲା ଏବଂ ଆହତ ସୈନିକଙ୍କୁ ମାତ୍ର ନଅ ମିନିଟରେ ଏମ୍ସରେ ଭର୍ତ୍ତି କରାଯାଇଥିଲା |

ଏହି ନଅ ମିନିଟ୍ ପାଇଁ ସହରରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। କୁହାଯାଉଛି ଯେ ସୈନିକ ଆହତ ହେବା ମାତ୍ରେ ଗ୍ରୀନ କରିଡର ନିର୍ମାଣ କରିବାକୁ ସେନା ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲା । ଏଭଳି ପରିସ୍ଥିତିରେ ପୁଲିସ ଆର୍ମି ହସ୍ପିଟାଲରୁ ଏମ୍ସ ପର୍ଯ୍ୟନ୍ତ ଗ୍ରୀନ କରିଡର ତିଆରି କରିଥିଲା। ଏହି ଅପରେସନକୁ ସଫଳତାର ସହ ପରିଚାଳନା କରିବା ପରେ ସେନା ପୁଲିସକୁ ମଧ୍ୟ ଧନ୍ୟବାଦ ଜଣାଇଛି। ଉଲ୍ଲେଖଯୋଗ୍ୟ ଯେ ଏବାବଦରେ ସୂଚନା ପାଇବା ମାତ୍ରେ ଏମ୍ସ ଡାକ୍ତରମାନେ ଆହତ ଯବାନ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ।

ଯବାନ ପହଞ୍ଚିବା ମାତ୍ରେ ତାଙ୍କର ଅପରେସନ୍ ଆରମ୍ଭ ହୋଇଥିଲା ଏବଂ ତାଙ୍କ ଆଙ୍ଗୁଠି ସଫଳତାର ସହ ଯୋଡି ହୋଇଯାଇଥିଲା। ସୈନିକଙ୍କ ନାମ ସଜନ ସିଂ ପରିହର ହୋଇଥିବାବେଳେ ଡାକ୍ତରମାନେ କହିଛନ୍ତି ଯେ ସଜନ ସିଂଙ୍କ ଅପରେସନ୍ ସଫଳ ହୋଇଛି | ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି । କିଛି ଦିନ ପରେ ଯବାନଙ୍କର ଆଙ୍ଗୁଠି ମଧ୍ୟ ସଠିକ୍ ଭାବରେ କାମ କରିବା ଆରମ୍ଭ କରିବ |

The post ଯୁଦ୍ଧାଭ୍ୟାସବେଳେ ଛିଣ୍ଡିଗଲା ଯବାନଙ୍କ ଆଙ୍ଗୁଠି, ଏମ୍ସ ଡାକ୍ତର ଯୋଡ଼ିଲେ ଆଙ୍ଗୁଠି first appeared on Sambad.



from ବିଶେଷ – Sambad https://ift.tt/3rogZhk

Post a Comment

0 Comments