ହୃଦୟସ୍ପର୍ଶୀ ଦୃଶ୍ୟ; ଏହି କାରଣରୁ କରୋନା ପୀଡିତଙ୍କୁ ଆଲିଙ୍ଗନ କଲେ ଡାକ୍ତର

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଆଲିଙ୍ଗନ ତ ଦୂରର କଥା ହାତ ମିଳାଇବା ବି ବନ୍ଦ ହୋଇଯାଇଛି। ମହାମାରୀ ସମୟରେ ସାମାଜିକ ଦୂରତାକୁ ପାଳନ କରିବା ବି ଜରୁରୀ ରହିଛି। ଏଭଳି ପରିସ୍ଥିତିରେ ଜଣେ ଡାକ୍ତର ଓ ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ଫଟୋରେ ଡାକ୍ତର ଜଣେ ବୃଦ୍ଧ ରୋଗୀଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି। ରୋଗୀଙ୍କୁ ଆଲିଙ୍ଗନ କରୁଥିବା ଡାକ୍ତର ଜୋସେଫ ଭାରୋନ ଆମେରିକାର ଟେକ୍ସାସରେ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରନ୍ତି। ଫଟୋରେ ସେ ଯେଉଁ ବୃଦ୍ଧ ରୋଗୀଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି ସେ ଜଣେ କରୋନା ପୀଡିତ। ଡାକ୍ତର ଆଇସିୟୁରେ ଯାଇ ଉକ୍ତ ରୋଗୀଙ୍କୁ ଆଲିଙ୍ଗନ କରିଥିଲେ। ଆଲିଙ୍ଗନ ସମୟରେ ସେ ପିପିଇ କିଟ ପିନ୍ଧିଥିବା ବି ଦେଖିବାକୁ ମିଳୁଛି।

 

ୟୁନାଇଟେଡ ମେମୋରିଆଲ ମେଡିକାଲ ସେଣ୍ଟରର ବରିଷ୍ଠ ଡାକ୍ତର ଜୋସେଫଙ୍କ କହିବାନୁସାରେ,, ଉକ୍ତ ବୃଦ୍ଧ ରୋଗୀ ଜଣକ ଆଇସିୟୁରେ ବହୁତ ଦୁଃଖରେ ରହୁଥିଲେ। ସେଠାରେ ସେ କାହାକୁ ଜାଣି ନଥି‌ଲେ। ବୃଦ୍ଧ ଜଣକ ତାଙ୍କୁ ଦେଖି ଭାବୁକ ହୋଇଯାଇଥିଲେ। ସେ ବୃଦ୍ଧଙ୍କ ଦୁଃଖ ‌ସହି ନପାରି ତାଙ୍କୁ ଆଲିଙ୍ଗନ କରି ନେଇଥିଲେ। ଏହି ଆଲିଙ୍ଗନ ପରେ ବୃଦ୍ଧ ଜଣକ ଆଶ୍ବସ୍ତି ଅନୁଭବ କରିଥିଲେ ବୋଲି ଡାକ୍ତର କହିଛନ୍ତି।

The post ହୃଦୟସ୍ପର୍ଶୀ ଦୃଶ୍ୟ; ଏହି କାରଣରୁ କରୋନା ପୀଡିତଙ୍କୁ ଆଲିଙ୍ଗନ କଲେ ଡାକ୍ତର first appeared on Sambad.



from ବିଶେଷ – Sambad https://ift.tt/2VrCwa7

Post a Comment

0 Comments