ଏକ ତୃତୀୟାଂଶ ଶିଶୁ ଲକ୍ଷଣ ବିହୀନ କରୋନା ସଂକ୍ରମିତ: ଗବେଷଣା

ନୂଆଦିଲ୍ଲୀ: ଦୀର୍ଘ ଏ ବର୍ଷ ହେବ ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ବିଶ୍ବବାସୀ ଚିନ୍ତାରେ ରହିଥିବା ବେଳେ ଏହାକୁ ନେଇ ବହୁ ଗବେଷଣା ହୋଇ ସାରିଲାଣି। ନିକଟରେ କାନାଡିଆନ୍ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲ୍(ସିଏମ୍‌ଏଜେ) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ କରୋନା ଭାଇରସ୍‌ର ଶିକାର ହେଉଥିବା ପ୍ରାୟ ଏକ ତୃତୀୟାଂଶ ଶିଶୁଙ୍କ ଶରୀରରେ ଏହାର କ‌ୌଣସି ଲକ୍ଷଣ ରହୁନାହଁ।

ଜନସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭାବିଲେ ଏହା ନିଶ୍ଚତ ଭାବେ ଏକ ଚିନ୍ତାର ବିଷୟରେ ଯେ ସମାଜରେ ବୋଧହୁଏ ଅନେକ କରୋନା ଆକ୍ରାନ୍ତ ଶିଶୁ ରହିଛନ୍ତି, ଯାହାଙ୍କ ମଧ୍ୟରେ କ‌ୌଣସି ଲକ୍ଷଣ ନାହିଁ ବୋଲି ଗବେଷଣାରେ କୁହାଯାଇଛି।

ଏହି ଗବେଷଣାରେ କାନାଡାର ଆଲବର୍ଟାର ୨,୪୬୩ ପିଲାଙ୍କୁ ସାମିଲ୍‌ କରାଯାଇଥିଲା। ପ୍ରଥମ ଲହର (ମାର୍ଚରୁ ସେପ୍ଟେମ୍ବର) ମଧ୍ୟରେ କରୋନା ସଂକ୍ରମିତ ହୋଇଥିବା ପିଲାଙ୍କୁ ଗବେଷଣାରେ ସାମିଲ୍‌ କରାଯାଇଥିଲା ବୋଲି ସୂଚନା ରହିଛି।

ଏହି ଗବେଷଣା ସଂପର୍କରେ ମତ ରଖି ଗବେଷକ ଫିନଲେ ମ୍ୟାକଲିଷ୍ଟର କହନ୍ତି, ‘ଆଲବର୍ଟା ପ୍ରଦେଶରେ ଦିନକୁ ପ୍ରାୟ ୧୨୦୦ ନୂଆ ସଂକ୍ରମିତ ସାମ୍ନାକୁ ଆସୁଥିଲେ ବି ଆହୁରି ଅନେକ ସଂକ୍ରମିତ ରହିଛନ୍ତି ଯାହାଙ୍କ ମଧ୍ୟରେ କ‌ୌଣସି ଲକ୍ଷଣ ନାହିଁ। ଗଷେବଣାରେ ସାମିଲ୍‌ କରାଯାଇଥିବା ୨,୪୬୪ ପିଲାଙ୍କ ମଧ୍ୟରୁ ୧,୯୮୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୭୧୪ ଜଣ ଅର୍ଥାତ ୩୬ ପ୍ରତିଶତ ଶିଶୁ ଲକ୍ଷଣବିହୀନ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା।’ ଏହି କାରଣରୁ ମ୍ୟାକଲିଷ୍ଟର ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ କରିବା ନିଷ୍ପତ୍ତିକୁ ଉଚିତ ବୋଲି କହିଛନ୍ତି ।

The post ଏକ ତୃତୀୟାଂଶ ଶିଶୁ ଲକ୍ଷଣ ବିହୀନ କରୋନା ସଂକ୍ରମିତ: ଗବେଷଣା first appeared on Sambad.



from ବିଶେଷ – Sambad https://ift.tt/36nYhhn

Post a Comment

0 Comments