
ବିଶ୍ୱର ଅନେକ ଦେଶରେ ରେଳପଥ ନାହିଁ। ବିଭିନ୍ନ କାରଣରୁ କେତେକ ଦେଶରେ ଏ ପର୍ଯ୍ୟନ୍ତ ରେଳପଥର ବିକାଶ ସମ୍ଭବ ହୋଇପାରିନାହିଁ। ରେଳ ଚଳାଚଳ କରୁ ନ ଥିବା ମୁଖ୍ୟ ଦେଶଗୁଡ଼ିକ ହେଲା- ଭୁଟାନ, ଆଇସ୍ଲାଣ୍ତ୍, ଓମାନ, ପାପୁଆ ନିଉ ଗିନି, ୟେମେନ, ସେଣ୍ଟ୍ରାଲ୍ ଆଫ୍ରିକାନ୍ ରିପବ୍ଲିକ୍, ସୋମାଲିଆ, ନିଜେୟା ବା ନାଇଜର୍, ଚାଦ ଏବ˚ ଲିବ୍ୟା। ଲିବ୍ୟା, ଓମାନ ଏବ˚ ଆଇସ୍ଲାଣ୍ତ୍କୁ ଛାଡ଼ିଦେଲେ ବାକି ଦେଶଗୁଡ଼ିକ ଅତି ଦରିଦ୍ର ରାଷ୍ଟ୍ରରେ ଯାଉଛନ୍ତି।
ସୋମାଲିଆ, ଇଟାଲିର ଉପନିବେଶ ଥିବା ବେଳେ ସେଠାରେ ରେଳପଥ ତିଆରି କରାଯାଇଥିଲା। ୧୯୧୪-୪୧ ପର୍ଯ୍ୟନ୍ତ ସେଠାରେ ରେଳ ଚଳାଚଳ କରୁଥିଲା। ସେହିପରି ୧୯୬୫ ପର୍ଯ୍ୟନ୍ତ ଲିବ୍ୟାରେ ରେଳ ଚାଲୁଥିଲା। ଯାତ୍ରୀ ହେଉ ନ ଥିବାରୁ ସେଠାରେ ରେଳ ଚଳାଚଳ ବନ୍ଦ କରିଦିଆଯାଇଥିଲା।
The post ରେଳପଥ ନ ଥିବା ଦଶଟି ଦେଶ first appeared on Sambad.
from ବିଶେଷ – Sambad https://ift.tt/37L2Amw
0 Comments