କ୍ଷୁଦ୍ରାକୃତି ଶିକାରୀ କୁକୁର

‘ଜାଗ୍‌ଟେରିଅର୍‌’ ଏକ କ୍ଷୁଦ୍ରାକୃତି ଶିକାରୀ କୁକୁର। ଏହା ଉଚ୍ଚତାରେ ସର୍ବାଧିକ ଚାଳିଶ ସେଣ୍ଟିମିଟର୍‌ ଏବଂ ଓଜନରେ ଦଶ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ବଢ଼ିଥାଏ। ତେବେ, ଏହା ବେଶ୍‌ ଚତୁର, ଶକ୍ତିଶାଳୀ ଓ ଦୁର୍ଦ୍ଧର୍ଷ। ନିଜ ଆକାରର ଚାରି ଗୁଣ ବଡ଼ ପ୍ରାଣୀଙ୍କୁ ବି ଶିକାର କରିପାରେ। ତିନି-ଚାରିଟି ଜାଗ୍‌ଟେରିଅର୍‌ ଏକତ୍ର ବଡ଼ ବଡ଼ ବନ୍ୟ ଶୂକର ଓ ଏପରିକି ଭାଲୁକୁ ମଧ୍ୟ ଶିକାର କରିପାରନ୍ତି। ଏହା ଏକ ସଂକର ପ୍ରଜାତିର କୁକୁର। ଦ୍ବିତୀୟ ବିଶ୍ବ ଯୁଦ୍ଧ ପୂର୍ବରୁ ତିନି ଜଣ ଜର୍ମାନ୍‌ ଜେନିଟିକ୍‌ ଇଂଜିନିଅର୍‌, ଏହି ସଂକର ପ୍ରଜାତି ସୃଷ୍ଟି କରିଥିଲେ। ତେବେ, ନିର୍ଦିଷ୍ଟ ଭାବେ କେଉଁ କେଉଁ ପ୍ରଜାତିର କୁକୁରଙ୍କ ମିଳନରୁ ଏହା ସୃଷ୍ଟି କରାଯାଇଥିଲା, ଆଜି ପର୍ଯ୍ୟନ୍ତ ଗୋପନୀୟ ରଖାଯାଇଛି।

The post କ୍ଷୁଦ୍ରାକୃତି ଶିକାରୀ କୁକୁର first appeared on Sambad.



from ବିଶେଷ – Sambad https://ift.tt/2J6Ff5Q

Post a Comment

0 Comments