ଆଜି ମକା ଦିବସ: ଏକଦା ଆମେରିକାର ମୂଳ ବାସିନ୍ଦା ଏହାକୁ ‘ଭଗବାନ୍‌ଙ୍କ ଖାଦ୍ୟ’ କହୁଥିଲେ

ପ୍ରତି ବର୍ଷ ନଭେମ୍ବର‌ ୨୪ରେ ପାଳନ କରାଯାଏ ‘ମକା ଦିବସ’। ଏହା ସାରା ବିଶ୍ବର ଲୋକେ ଖାଉଥିବା ଖାଦ୍ୟ। ପ୍ରାୟ ସମସ୍ତ ଗୃହପାଳିତ ତୃଣଭୋଜୀ ପ୍ରାଣୀ ମଧ୍ୟ ଏହା ଖାଆନ୍ତି। ଏହା ଏକ ପୁଷ୍ଟିକର ଖାଦ୍ୟ। ଶୀତଦିନେ ପ୍ରବଳ ଥଣ୍ତା ପଡ଼ୁଥିବା ଅଞ୍ଚଳରେ ଏହା ଏକ ପ୍ରମୁଖ ଖାଦ୍ୟ। ବଣୁଆ ମକାର ଉତ୍ପତ୍ତି ଉତ୍ତର ଓ ଦକ୍ଷିଣ ଆମେରିକାରେ ହୋଇଥିଲା। ଆମେରିକାରୁ ଇଉରୋପ, ଏସିଆ ଓ ଆଫ୍ରିକା ଆସିଥିବା ବିଶ୍ବାସ କରାଯାଏ।

ମକା ଚାଷ ଖ୍ରୀଷ୍ଟପୂର୍ବ ୧୫୦୦ ବେଳକୁ ଆରମ୍ଭ ହୋଇସାରିଥିଲା। ଆମେରିକାର ମୂଳା ବାସିନ୍ଦା ଏହାକୁ ‘ଭଗବାନ୍‌ଙ୍କ ଖାଦ୍ୟ’ କହୁଥିଲେ। ଇଉରୋପୀୟମାନେ ଯେତେବେଳେ ପ୍ରଥମ ଥର ପାଇଁ ଆମେରିକାରେ ସୁନା-ଖୋଜା ଆରମ୍ଭ କରିଥିଲେ, ସେତେବେଳେ, ହଳଦିଆ ରଙ୍ଗର ଚମକୁଥିବା ମୂଲ୍ୟବାନ ଚିଜ କେଉଁଠି ମିଳିବ ବୋଲି ପଚାରନ୍ତେ, ସ୍ଥାନୀୟ ଅଧିବାସୀ ମକାକୁ ଦେଖାଇଥିଲେ। ଅର୍ଥାତ୍‌, ମକା ହିଁ ସେମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଥିଲା। ଇଉରୋପୀୟ ଉପନିବେଶବାଦୀମାନେ ସଙ୍ଗରେ ଓଟ୍‌, ବାର୍ଲି ଆଦି ଆଣିଥିଲେ। ହେଲେ, ପରବର୍ତ୍ତୀ କାଳରେ ସେମାନେ ମଧ୍ୟ ମକାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ।

The post ଆଜି ମକା ଦିବସ: ଏକଦା ଆମେରିକାର ମୂଳ ବାସିନ୍ଦା ଏହାକୁ ‘ଭଗବାନ୍‌ଙ୍କ ଖାଦ୍ୟ’ କହୁଥିଲେ first appeared on Sambad.



from ବିଶେଷ – Sambad https://ift.tt/3m4HW6I

Post a Comment

0 Comments