ବିଚିତ୍ର ଧାତବ ବୁଢ଼ିଆଣୀ

ହଂଗେରିଆନ୍‌ ଶିଳ୍ପୀ ପିଟର୍‌ ଜୁକ୍‌ସି ଏକ ବିଚିତ୍ର ବୁଢ଼ିଆଣୀ ଭାସ୍କର୍ଯ୍ୟ ନିର୍ମାଣ କରି ଚର୍ଚ୍ଚାରେ। ଘଣ୍ଟା, କାମେରା ଓ ଶଲ୍ୟ ଚିକିତ୍ସାରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରାଂଶ ସଂଗ୍ରହ କରି ସେ ଧାତବ ବୁଢ଼ିଆଣୀଟି ବନାଇଛନ୍ତି। ପୁରୁଣା ସାମଗ୍ରୀ ବିକ୍ରି ହେଉଥିବା ଏକ ବଜାରରୁ ସେ ବିଭିନ୍ନ ଯନ୍ତ୍ରାଂଶ କିଣି ଭାସ୍କର୍ଯ୍ୟଟିକୁ ବନାଇଥିବା ପ୍ରକାଶ। ଏକ ଭିଡିଓ ଗେମ୍‌ ନିର୍ମାଣକାରୀ ଉଦ୍ୟୋଗରେ ପିଟର୍‌ କଳା ନିର୍ଦେଶକ ଭାବେ କାର୍ଯ୍ୟରତ। ଭିଡିଓ ଗେମ୍‌ ପାଇଁ ଦାନବ ଓ ବିଭିନ୍ନ ବିଚିତ୍ର ପ୍ରାଣୀଙ୍କ ମଡେଲ୍‌ ବନାଇବା କାର୍ଯ୍ୟରେ ସେ ପାରଙ୍ଗମ।

The post ବିଚିତ୍ର ଧାତବ ବୁଢ଼ିଆଣୀ first appeared on Sambad.



from ବିଶେଷ – Sambad https://ift.tt/2URJ9m1

Post a Comment

0 Comments