ସାବୁନର ମୂଲ୍ୟ ଦୁଇ ଲକ୍ଷ ଟଙ୍କା!

ଲେବାନନ ଅନ୍ତର୍ଗତ ତ୍ରିପୋଲିରେ ଥିବା ‘ବଦର ହାସନ ଆଣ୍ତ୍‌ ସନ୍‌ସ’ ସାବୁନ କାରଖାନା ପକ୍ଷରୁ ବିକ୍ରିକରାଯାଉଥିବା ଏକ ପ୍ରକାରର ମୂଲ୍ୟବାନ୍‌ ସାବୁନର ଖଣ୍ତ ପ୍ରତି ମୂଲ୍ୟ ଭାରତୀୟ ମୁଦ୍ରାରେ ଦୁଇ ଲକ୍ଷ ଟଙ୍କାରୁ ଅଧିକ। ଏଥିରେ ସୁବର୍ଣ୍ଣ ରେଣୁ ଓ ଅନ୍ୟ ଏକ ଦୁର୍ମୂଲ୍ୟ ପ୍ରସ୍ତରର ଚୂର୍ଣ୍ଣ ବ୍ୟବହାର କରାଯାଉଥିବାରୁ, ଏ ଭଳି ମୂଲ୍ୟ। ଅରବ ସ˚ଯୁକ୍ତ ରାଷ୍ଟ୍ର ଅନ୍ତର୍ଗତ କେତେକ ସହରରେ ଥିବା ବିଶେଷ ବିପଣିରେ ଏହା ବିକ୍ରି ହେଉଛି। ଏହି ସାବୁନ ହାତ ତିଆରି ଏବ˚ ଏହାର ନାମ- ‘ଖାନ ଅଲ ସାବୁନ’। ‘ବଦର ହାସନ ଆଣ୍ତ୍‌ ସନ୍‌ସ’ ଏକ ପାରିବାରିକ ବ୍ୟବସାୟ ସ˚ସ୍ଥା। ଏହି ସ˚ସ୍ଥା ପଞ୍ଚଦଶ ଶତାବ୍ଦୀରୁ ପାରିବାରିକ ଭାବେ ସାବୁନ ଉତ୍ପାଦନ ଓ ବ୍ୟବସାୟ କରିଆସିଲାଣି।

The post ସାବୁନର ମୂଲ୍ୟ ଦୁଇ ଲକ୍ଷ ଟଙ୍କା! first appeared on Sambad.



from ବିଶେଷ – Sambad https://ift.tt/3q80MfB

Post a Comment

0 Comments