
‘ଡେଲି ଷ୍ଟାର୍’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ଜାପାନୀ ଯୁବତୀ ରିନ୍ କା˚ବେ ଗତ ପନ୍ଦର ବର୍ଷ ହେଲା ନିଜ ମଥାର କେଶ କାଟିନାହାନ୍ତି। ତାଙ୍କ କେଶର ଲମ୍ବ ଏବେ ଛଅ ଫୁଟ୍ରୁ ଅଧିକ। ସେ ଜାପାନିଜ୍ ରାପୁନ୍ଜେଲ୍ ଭାବେ ଜଣାଶୁଣା। ତାଙ୍କ ବୟସ ପଞ୍ଚତିରିଶ ବର୍ଷ ଏବ˚ ସେ ଟୋକିଓର ବାସିନ୍ଦା।
ଶୈଶବରେ ସେ ଫୁଟ୍ବଲ୍ ଖେଳୁଥିଲେ ଏବ˚ ତାଙ୍କୁ କେବେ ହେଲେ କେଶ ବଢ଼ାଇବାକୁ ଦିଆଯାଉ ନ ଥିଲା। ପ୍ରାପ୍ତବୟସ୍କା ହେବା ପରେ କେଶ ବଢ଼ାଇବା ଆରମ୍ଭ କରିଥିଲେ ଏବ˚ ଆଉ କାଟି ନ ଥିଲେ। ଲମ୍ବା କେଶ ଯୋଗୁଁ ସେ ଦୈନନ୍ଦିନ କାର୍ଯ୍ୟରେ ବେଳେବେଳେ ବିଭିନ୍ନ ପ୍ରକାରର ସମସ୍ୟାର ସାମନା କରୁଛନ୍ତି; ତଥାପି କେଶ କାଟିବା ପାଇଁ ଚିନ୍ତା କରିନାହାନ୍ତି।
The post ପନ୍ଦର ବର୍ଷ ହେଲା ଅକଟା କେଶ first appeared on Sambad.
from ବିଶେଷ – Sambad https://ift.tt/37egMUT
0 Comments