
ପୁରୀ : ନାଗାର୍ଜୁନ ବେଶ ପାଇଁ ପ୍ରତୀକ୍ଷା କରିଥିବା ଭକ୍ତ ଆଜି କରୋନା କଟକଣା ଯୋଗୁ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ବୀରବେଶ ଦର୍ଶନରୁ ବଂଚିତ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଲାଗିଥିବା କାରଣରୁ ବାହାର ଭକ୍ତ ତ ଦୂରର କଥା, ସ୍ଥାନୀୟ ଭକ୍ତ ବି ମନ୍ଦିର ପାଖକୁ ଆସିବାର ସୌଭାଗ୍ୟ ପାଇନାହାନ୍ତି। ପୁଲିସର କଟକଣା ମାନି ଘରେ ରହିଥିଲେ। ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ବେଶ ଦର୍ଶନରୁ ବଂଚିତ ହୋଇଥିବାରୁ ସେମାନଙ୍କ ଆଖିରୁ ଅଶ୍ରୁ ବୋହି ଆସିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୨୬ ବର୍ଷ ପରେ ପଡ଼ିଥିବା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଆଉ ଏ ଜୀବଦଶାରେ ସେମାନେ ଦେଖିପାରିବେ କି ନାହିଁ ସେ ନେଇ ଆଶଙ୍କାରେ ରହିଛନ୍ତି।

ତେବେ ଜ୍ୟୋତିର୍ବିଦଙ୍କ ଗଣନା ମୁତାବକ, ଏହି ବେଶ ଆସନ୍ତାବର୍ଷ ପଡ଼ିବ ବୋଲି କହୁଥିବା ବେଳେ ଆଉ କିଛି ଗଣକ ଏହାକୁ ନେଇ ଭିନ୍ନ ମତ ପୋଷଣ କରୁଛନ୍ତି। ତେଣୁ ଭକ୍ତ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ୨୦୨୧ ପାଇଁ ପ୍ରକାଶିତ କେତେକ କେଲେଣ୍ଡରରେ ଏହି ବେଶ ପଡ଼ୁଥିବା ଉଲ୍ଲେଖ ରହିଛି। ଏ ବିଷୟରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କିଛି ଘୋଷଣା ହୋଇନାହିଁ। ପୁରୀର ବରିଷ୍ଠ ସାମ୍ବାଦିକ ରୁଦ୍ର ସିଂହ ଏଥର ବେଶ ଦର୍ଶନରୁ ବଂଚିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ୧୯୯୩ ଓ ୧୯୯୪ ନାଗାର୍ଜୁନ ବେଶର ଅନେକ ଅନୁଭୂତି ତାଙ୍କର ଥିବା କହିଛନ୍ତି। ଆସନ୍ତାବର୍ଷ ଯଦି ନାଗାର୍ଜୁନ ବେଶ ନ ପଡ଼େ ତେବେ ସେ ଏ ଜୀବଦଶାରେ ଏ ଦୁର୍ଲ୍ଲଭ ବେଶ ଦେଖିପାରିବେ କି ନାହିଁ ବୋଲି କହିଛନ୍ତି। କେବଳ ଶ୍ରୀ ସିଂହଙ୍କ ଅନୁଭୂତି ନୁହେଁ ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଏଭଳି ଅନୁଭବ ବଖାଣିଛନ୍ତି।
The post ନାଗାର୍ଜୁନ ବେଶ : ୨୦୨୧ରେ ଆଉ ଏକ ସୁଯୋଗ! ଆଶା, ଆଶଙ୍କାରେ ଭକ୍ତ first appeared on Sambad.
from ବିଶେଷ – Sambad https://ift.tt/36fGkl7
0 Comments