
ବେଲ୍ଜିଅମ୍ର ଏକ ପାରା ଭାରତୀୟ ମୁଦ୍ରାରେ ଏଗାର କୋଟି ଏଗାର ଲକ୍ଷ ଅଣାନବେ ହଜାର ଟଙ୍କାରେ ବିକ୍ରି ହୋଇଯାଇଛି। ମାଈ ପାରାଟିର ବୟସ ଦୁଇ ବର୍ଷ। ଅନ୍ଲାଇନ୍ ନିଲାମ ମାଧ୍ୟମରେ ପାରାଟିକୁ କିଣିଛନ୍ତି ଦକ୍ଷିଣ ଆଫ୍ରିକାର ଜଣେ ପାରା ସଂଗ୍ରାହକ। ପାରାଟିର ନାମ- ନିଉ କିମ୍। ନିଉ କିମ୍ର ବିଶେଷତ୍ବ- ଅନ୍ୟ ପାରାଙ୍କ ତୁଳନାରେ ଯଥେଷ୍ଟ ଅଧିକ ବେଗରେ ଉଡ଼ିପାରେ। ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ଏକାଧିକ ପାରା-ଉଡ଼ା ପ୍ରତିଯୋଗିତାରେ ନିଉ କିମ୍ ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ତେବେ, ତା’ର ନୂଆ ମାଲିକ, ତା’କୁ ପ୍ରତିଯୋଗିତାକୁ ପଠାଇବେ ନାହିଁ; କେବଳ ପ୍ରଜନନ କାର୍ଯ୍ୟରେ ଲଗାଇବେ। ଦଳେ ନିରାପତ୍ତା ରକ୍ଷୀଙ୍କୁ ନିଉ କିମ୍ର ସୁରକ୍ଷା ଦାୟିତ୍ବ ଦିଆଯାଇଛି।
The post ଏଗାର କୋଟିର ପାରା! first appeared on Sambad.
from ବିଶେଷ – Sambad https://ift.tt/35Qd04z
0 Comments