
୧୯୯୭ରୁ ପ୍ରତି ବର୍ଷ ନଭେମ୍ବର ୨୧ରେ ପାଳିତ ହେଉଛି ‘ବିଶ୍ୱ ଟେଲିଭିଜନ୍ ଦିବସ’। ଏହି ଦିନ ପାଳନ କରିବା ପାଇଁ ୧୯୯୬ରେ ‘ଜାତି ସ˚ଘ’ର ସାଧାରଣ ପରିଷଦ ନିଷ୍ପତ୍ତି ନେଇଥିଲା। ତେବେ, ଜର୍ମାନି ଭଳି କେତେକ ରାଷ୍ଟ୍ରର ପ୍ରତିନିଧି ଏହାର ବିରୋଧ କରିଥିଲେ। ଏଭଳି ଏକ ଦିବସ ପାଳନ ଅନାବଶ୍ୟକ ବୋଲି ଜର୍ମାନି ପକ୍ଷରୁ କହାଯାଇଥିଲା। କାରଣ ସ୍ୱରୂପ ଦର୍ଶାଇଥିଲା- ଏହିପରି ଏକାଧିକ ଦିବସ ପାଳନ କରାଯାଉଛି, ଯଥା- ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ’, ‘ବିଶ୍ୱ ଟେଲି-ଯୋଗାଯୋଗ ଦିବସ’, ‘ବିଶ୍ୱ ବିକାଶ ସୂଚନା ଦିବସ’ ଆଦି।
ଟେଲିଭିଜନ୍ର ସୃଷ୍ଟି ସୂଚନା ଦେବା ପାଇଁ; ତେଣୁ, ସମାନ ଉଦ୍ଦେଶ୍ୟ ଥିବା ଏକାଧିକ ଦିବସ ପାଳନ କରାଯାଉଥିବାରୁ, ଏହାକୁ ପାଳନ କରିବା ଅଯଥାର୍ଥ। ଏଗାରଟି ରାଷ୍ଟ୍ର ଏଥିପାଇଁ ଭୋଟ୍ ଦେବାରୁ ବିରତ ହେବା ସତ୍ତ୍ବେ ଏହି ଦିନକୁ ‘ଜାତିସଂଘ’ ମାନ୍ୟତା ଦେଇଥିଲା।
The post ଏଗାରଟି ରାଷ୍ଟ୍ରର ବିରୋଧ ପରେ ବି ବିଶ୍ୱ ଟେଲିଭିଜନ୍ ଦିବସକୁ ମାନ୍ୟତା ଦେଇଥିଲା ‘ଜାତିସଂଘ’ first appeared on Sambad.
from ବିଶେଷ – Sambad https://ift.tt/2IV14Ws
0 Comments