ୱାର୍ଲ‌୍ଡ ହେଲୋ ଡେ

୧୯୭୩ରୁ ନଭେମ୍ବର ୨୧ରେ ବିଶ୍ୱ ସ୍ତରରେ ପାଳନ କରାଯାଉଛି ‘ୱାର୍ଲ‌୍ଡ ହେଲୋ ଡେ’। ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ଏହି ଦିବସ ପାଳନର ଲକ୍ଷ୍ୟ।

‘ଭାବ ଆଦାନ-ପ୍ରଦାନ’ ବା ‘ଯୋଗାଯୋଗ’ର ଆରମ୍ଭ ସଂକ୍ଷିପ୍ତ ‘ହେଲୋ’ରୁ। ଏହା ମାଧ୍ୟମରେ ବଡ଼ ବଡ଼ ଝଗଡ଼ା ବି କ୍ଷଣକରେ ଭାଙ୍ଗିଯାଇପାରେ। ଆଲୋଚନା ମାଧ୍ୟମରେ ବିବାଦ ଦୂର କରାଯାଇପାରେ। ୬ ଅକ୍‌ଟୋବର ୧୯୭୩ରୁ ୨୫ ଅକ୍‌ଟୋବର ଯାଏ, ଇଜ୍ରାଏଲ୍‌ ବିରୋଧରେ ଇଜିପ୍‌ଟ ଓ ସିରିୟା ଲଢ଼ିଥିଲେ। ଇଜ୍ରାଏଲ୍‌କୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ ଦେବା ‌ବେଳେ ବିରୋଧୀ ପକ୍ଷକୁ ସୋଭିଏତ୍‌ ରୁଷିଆ, କ୍ୟୁବା, ଜୋର୍ଡାନ, ଇରାକ, ସଉଦୀ ଅରବ, ଲିବ୍ୟା, ଟ୍ୟୁନିସିୟା, ମରକ୍‌କୋ ଓ ଆଲଜେରିଆର ସମର୍ଥନ ମିଳିଥିଲା। ଉକ୍ତ ଯୁଦ୍ଧ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରି ‘ଏରିଜୋନା ଷ୍ଟେଟ୍‌ ୟୁନିଭର୍ସିଟି’ର ପିଏଚ୍‌ଡି ଛାତ୍ର ବ୍ରାୟାନ୍‌ ମ୍ୟାକ୍‌କର୍ମାକ୍‌ ଏବଂ ‘ହାର୍ଭାର୍ଡ‌୍ ୟୁନିଭର୍ସିଟି’ର ଛାତ୍ର ମାଇକେଲ୍‌ ମ୍ୟାକ୍‌କର୍ମାକ୍‌, ଏହି ଦିବସ ପାଳନ ଆରମ୍ଭ କରିଥିଲେ। ଏହି ଦୁଇ ଭାଇ, ଯୁଦ୍ଧ ଓ ସମସ୍ତ ପ୍ରକାରର କନ୍ଦଳ ବିରୋଧରେ ବିଶ୍ବର ବିଭିନ୍ନ ରାଷ୍ଟ୍ରର ସରକାରୀ ମୁଖ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ଲାଗି, ସାତଟି ଭାଷାରେ ୧୩୬୦ଟି ପତ୍ର ଲେଖିଥିଲେ। ସଂପ୍ରତି ୧୮୦ଟି ଦେଶରେ ଏହି ଦିବସ ପାଳନ କରାଯାଉଛି।

The post ୱାର୍ଲ‌୍ଡ ହେଲୋ ଡେ first appeared on Sambad.



from ବିଶେଷ – Sambad https://ift.tt/33lERrN

Post a Comment

0 Comments