ଅକ୍ଟୋବରରେ ଯବାନଙ୍କୁ ସଲ୍ୟୁଟ କରିବାର ଭିଡିଓ ଭାଇରାଲ୍ ହେବା ପରେ ଲଦାଖର କୁନି ବାଳକକୁ ସମ୍ମାନିତ କଲା ଆଇଟିବିପି

ଲେହ: ବୟସ ମାତ୍ର ୫ ବର୍ଷ । ହେଲେ ସେନା ପୋଷାକରେ କରୁଛି ମାର୍ଚ ପାଷ୍ଟ, ଯବାନଙ୍କୁ କରୁଛି ସଲାମ । କୁନି ପିଲାର ଜୋସ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ବୟସରେ ପିଲାମାନେ ଧୂଳି ଖେଳ ଛାଡିନଥାନ୍ତି, ସେହି ବୟସରେ ଭାରତୀୟ ସେନା ପ୍ରତି ଏତେ ସମ୍ମାନ ଏବଂ ଯବାନଙ୍କୁ ସଲ୍ୟୁଟ କରିବା ଦୃଶ୍ୟକୁ ନେଇ ଆଜି ସେ ଚର୍ଚ୍ଚାରେ । ଲଦାଖରେ ଭାରତୀୟ ଯବାନଙ୍କୁ ସଲ୍ୟୁଟ୍ କରୁଥିବା ଏହି କୁନି ବାଳକ ହେଉଛି ଚୁସୁଲ ଅଂଚଲର ନୱାଙ୍ଗ୍ ନାମଗ୍ୟାଲ । ଗତ ଅକ୍ଟୋବର ମାସରେ କୁନି ବାଳକ ଆଇଟିବିପି ଯବାନ ରାସ୍ତାରେ ଯାଉଥିବା ବେଳେ ସଲ୍ୟୁଟ୍ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା ।

ଶୀତ ପୋଷାକ ପିନ୍ଧି ଯବାନଙ୍କୁ ସଲ୍ୟୁଟ୍ କରିବା ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା । ବର୍ତ୍ତମାନ ସେହି କୁନି ବାଳକକୁ ଆଇଟିବିପି ପକ୍ଷରୁ ସମ୍ମାନିତ କରାଯାଇଛି । ଆଇଟିବିପି ପୋଷାକ ପିନ୍ଧି ନୱାଙ୍ଗ ପରେଡ୍ ମାର୍ଚ କରିବା ସହ ପୁଣି ସେନା ଯବାନଙ୍କୁ ସଲ୍ୟୁଟ କରୁଥିବା ଦେଖାଯାଇଛି । ଏହାର ଭିଡିଓକୁ ଆଇଟିବିପି ସେନା ପକ୍ଷରୁ ଟୁଇଟ୍ କରାଯାଇଛି । ଭିଡିଓ ସେୟାର କରାଯାଇ ଟୁଇଟରେ ଲେଖାଯାଇଛି କି, ସଲ୍ୟୁଟ, ‘ଏଲକେଜିରେ ପଢ଼ୁଥିବା ୫ବର୍ଷିୟ ନୱାଙ୍ଗ ନାମଗ୍ୟାଲ ଲଦାଖର ଏକ ସୀମାନ୍ତ ଗ୍ରାମରେ ଆଇଟିବିପି ଯବାନମାନଙ୍କୁ ଅଭିବାଦନ ଜଣାଉଛି।

The post ଅକ୍ଟୋବରରେ ଯବାନଙ୍କୁ ସଲ୍ୟୁଟ କରିବାର ଭିଡିଓ ଭାଇରାଲ୍ ହେବା ପରେ ଲଦାଖର କୁନି ବାଳକକୁ ସମ୍ମାନିତ କଲା ଆଇଟିବିପି first appeared on Sambad.



from ବିଶେଷ – Sambad https://ift.tt/3kvxLq5

Post a Comment

0 Comments