ବୋତାମ ଦିବସ

୧୯୩୮ରୁ ପ୍ରତିବର୍ଷ ନଭେମ୍ବର‌ ୧୬ରେ ପାଳିତ ହେଉଛି ‘ବୋତାମ ଦିବସ’। ବୋତାମ ବିନା ଆଧୁନିକ ପୋଷାକ କଳ୍ପନା କରାଯାଇ ନ ପାରେ। ତେଣୁ, ଏହା ବାବଦରେ ଜାଣିବା ପାଇଁ ଏହି ଦିବସ ପାଳନ କରାଯାଉଛି। ସିନ୍ଧୁ ସଭ୍ୟତା କାଳରେ (ଖ୍ରୀଷ୍ଟପୂର୍ବ ୨୮୦୦-୨୬୦୦) ବୋତାମ ପ୍ରଚଳିତ ଥିବାର ପ୍ରମାଣ ଅଛି। ତେବେ, ସେହି କାଳରେ ଏହା ପୋଷାକ ବାନ୍ଧିବା ପାଇଁ ନୁହେଁ, ଅଳଙ୍କାର ଭାବେ ବ୍ୟବହୃତ ହେଉଥିଲା। ସିନ୍ଧୁ ସଭ୍ୟତା ଅମଳର ଲୋକେ ଶାମୁକାରେ ବୋତାମ ତିଆରି କରୁଥିଲେ। ସେଥିରେ ଆଧୁନିକ ବୋତାମ ଭଳି ଛିଦ୍ର ରହୁଥିଲା। ପୋଷାକ ବାନ୍ଧିବା ପାଇଁ ବୋତାମର ବ୍ୟବହାର ତ୍ରୟୋଦଶ ଶତାବ୍ଦୀରେ ଜର୍ମାନିରେ ଆରମ୍ଭ ହୋଇ, ଶହେ ବର୍ଷ ମଧ୍ୟରେ ସାରା ଇଉରୋପ୍‌କୁ ବ୍ୟାପିପାରିଥିଲା। ବୋତାମ ତିଆରି ଏକଦା ଇଉରୋପ୍‌ରେ କୁଟିର ଶିଳ୍ପ ଥିଲା। ୧୮୫୨ରେ ଚାର୍ଲ‌୍‌ସ ଡିକେନ୍‌ସ ଏ ବାବଦରେ ଏକ ନିବନ୍ଧ ରଚନା କରିଥିଲେ।

The post ବୋତାମ ଦିବସ first appeared on Sambad.



from ବିଶେଷ – Sambad https://ift.tt/2IuS22n

Post a Comment

0 Comments