୬ବର୍ଷ ଶିଶୁ ଆଙ୍କିଥିବା ଚିତ୍ରକୁ ଆଧାର କରି ଦୁର୍ଘଟଣା ଘଟାଇ ଫେରାର ଥିବା କାର ଚାଳକଙ୍କୁ ଧରିବାକୁ ଚେଷ୍ଟା କରୁଛି ପୁଲିସ

ନୂଆଦିଲ୍ଲୀ: ଜର୍ମାନର ହମ୍ମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୬ବର୍ଷର ଶିଶୁ ଆଙ୍କିଥିବା ଏକ ଫଟୋ ଚିତ୍ରକୁ ଆଧାର କରି ପୁଲିସ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଜଣେ ମହିଳାଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି। ଉକ୍ତ ୬ବର୍ଷର ଶିଶୁର ସ୍କେଚ ଯାଞ୍ଚ ଫାଇଲରେ ସାମିଲ ହୋଇଛି।

ତଦନ୍ତକାରୀ ସଂସ୍ଥା ଦୁଇଟି ସ୍କେଚ ସେୟାର କରି ଲେଖିଛି, ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଘଟଣା ଓ ଚାଳକଙ୍କ ଡ୍ରଇଂ କରି ଲୁଇସା, ରୋମି, ସେଲିନା ଓ ଲୁଇଓ ପୁଲିସ ଦ୍ବାରା ପ୍ରଶଂସାର ପାତ୍ର ହୋଇଛନ୍ତି। ପିଲାମାନେ ଏକ କଳା ରଙ୍ଗର କାରକୁ ସକାଳ ୮.୪୫ ମିନିଟରେ ଦୁର୍ଘଟଣା ଘଟଣାଇ ବ୍ୟାରିକେଡ ଭାଙ୍ଗି ଫେରାର ହୋଇଯାଇଥିବା ଚାଳକଙ୍କୁ ଟ୍ରାଫିକ ସିଗନାଲରେ ଛିଡ଼ା ହୋଇଥିବା ସମୟରେ ଦେଖିଥିଲେ।

ଏହାପରେ ପିଲାମାନେ ଏହି ଦୁର୍ଘଟଣା ସମ୍ପର୍କରେ ନିଜର ଶିକ୍ଷକଙ୍କୁ ଯାଇ କହିଥିଲେ। ଶିକ୍ଷକ ଏହାର ସୂଚନା ପୁଲିସକୁ ଦେଇଥି‌ଲେ। ନିଜ ଆଖିରେ ଦୁର୍ଘଟଣା ଦେଖିଥିବା ଶିଶୁ ପୁଲିସକୁ ଘଟଣାର ସ୍କେଚ ଆଙ୍କି ଦେବା ସହ ଫେରାର ହୋଇ ଯାଇଥିବା ଚାଳକଙ୍କ ବିଷୟରେ ଜଣାଇଥିଲେ। ପୁଲିସ ଶିଶୁ ଦ୍ବାରା ଅଙ୍କା ଯାଇଥିବା  ଫଟୋକୁ ଗ୍ରହଣ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କ ସାହାଯ୍ୟ ମା‌ଗିଛି।

The post ୬ବର୍ଷ ଶିଶୁ ଆଙ୍କିଥିବା ଚିତ୍ରକୁ ଆଧାର କରି ଦୁର୍ଘଟଣା ଘଟାଇ ଫେରାର ଥିବା କାର ଚାଳକଙ୍କୁ ଧରିବାକୁ ଚେଷ୍ଟା କରୁଛି ପୁଲିସ first appeared on Sambad.



from ବିଶେଷ – Sambad https://ift.tt/3f5cm6j

Post a Comment

0 Comments