ସୁବର୍ଣ୍ଣ ବର୍ଣ୍ଣ ଧାରଣ କରୁଥିବା ବିଚିତ୍ର ବୃକ୍ଷ

ଚାଇନା ଅନ୍ତର୍ଗତ ସାନ୍‌ଜି ପ୍ରଦେଶରେ ଝୋଂନାନ୍‌ ପର୍ବତ ପାଦଦେଶରେ ସୁପ୍ରାଚୀନ ‘ଗୁ ଗ୍ବାନିନ୍‌’ ବୌଦ୍ଧ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ପରିସରରେ ଥିବା ଏକ ବୃକ୍ଷକୁ ଦେଖିବା ପାଇଁ ପ୍ରତି ବର୍ଷ ଅକ୍‌ଟୋବର-ନଭେମ୍ବରରେ ଅନେକ ପର୍ଯ୍ୟଟକ ଆସନ୍ତି। ବୃକ୍ଷଟି ଜିଂଗ୍‌କୋ ବିଲୋବା ପ୍ରଜାତିର। ଏହି ସମୟରେ ସବୁଜ ବର୍ଣ୍ଣର ପତ୍ରରେ ଭରପୂର ବୃକ୍ଷର ସମସ୍ତ ପତ୍ର ଶୁଖି, ସୁବର୍ଣ୍ଣ ବର୍ଣ୍ଣ ଧାରଣ କରେ। ସେହି ଚିତ୍ତାକର୍ଷକ ଦୃଶ୍ୟ ଉପଭୋଗ କରିବା ପାଇଁ ଦୂର-ଦୂରାନ୍ତରରୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି। କିଛି ଦିନ ମଧ୍ୟରେ ପତ୍ରଝଡ଼ା ହୋଇ, ଗଛ ତଳ ଗାଢ଼ ପୀତ ବର୍ଣ୍ଣ ଧାରଣ କରେ। ଗଛଟି ଚଉଦ ଶହ ବର୍ଷ ତଳର।

The post ସୁବର୍ଣ୍ଣ ବର୍ଣ୍ଣ ଧାରଣ କରୁଥିବା ବିଚିତ୍ର ବୃକ୍ଷ first appeared on Sambad.



from ବିଶେଷ – Sambad https://ift.tt/2Kist4T

Post a Comment

0 Comments