ସାନ୍‌ଝିର ପରିତ୍ୟକ୍ତ ରିସର୍ଟ‌୍‌

ତାଇୱାନ୍‌ ଅନ୍ତର୍ଗତ ସାନ୍‌ଝିରେ ଏକ ଜନମାନବ ଶୂନ୍ୟ ଇଲାକାରେ, ସମୁଦ୍ର କୂଳରେ ଏକଦା ଏକ ବିଳାସମୟ ରିସର୍ଟର ନିର୍ମାଣ ଆରମ୍ଭ ହୋଇଥିଲା। ଏଥି ପାଇଁ ସରକାର ଅର୍ଥ ଯୋଗାଇଥିଲେ। କିନ୍ତୁ, ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବାରମ୍ବାର ଦୁର୍ଘଟନା ଘଟିବାରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ତଥା ବିଳମ୍ବିତ ହୋଇଥିଲା। ନିୟମିତ ବ୍ୟବଧାନରେ ରହସ୍ୟମୟ ପରିସ୍ଥିତିରେ କାର୍ଯ୍ୟରତ ମଜୁରିଆ ତଥା ଯନ୍ତ୍ରୀ-ଠିକାଦାରଙ୍କର ମୃତ୍ୟୁ ଘଟିଥିଲା। ଫଳରେ ଭୟଭୀତ ହୋଇ ଅନେକ କାମ ଛାଡ଼ିଦେଇଥିଲେ। ନିର୍ମାଣ ଶେଷ ହୋଇପାରି ନ ଥିଲା।

Daily Mail

ଅନେକ ବର୍ଷ ଅର୍ଦ୍ଧ-ନିର୍ମିତ, ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିବା ପରେ ପୁଣି ଥରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, ପର୍ଯ୍ୟଟନ ବ୍ୟବସାୟ ସହ ସ˚ପୃକ୍ତ ଜଣେ ସ୍ଥାନୀୟ ଉଦ୍ୟୋଗପତି। ଏଥି ନିମନ୍ତେ ସ୍ଥାନୀୟ ଶ୍ରମିକ ରାଜି ନ ହେବାରୁ ବାହାରୁ ଲୋକ ଆଣିଥିଲେ। ପ୍ରଥମରୁ ହିଁ ଦୁର୍ଘଟନାମାନ ଘଟିଚାଲିଲା। ଏହା ଅତୃପ୍ତ ଆତ୍ମାର କାର୍ଯ୍ୟ ବୋଲି ଲୋକେ କହିଲେ। ବାରମ୍ବାର ଧନ-ଜୀବନହାନି ଯୋଗୁଁ ପୁଣି ଥରେ ନିର୍ମାଣ ବନ୍ଦ କରାଯାଇଥିଲା। କିଛି ବର୍ଷ ତଳେ ଅର୍ଦ୍ଧ-ନିର୍ମିତ ରିସର୍ଟ‌କୁ ଧ୍ୱଂସ କରିଦିଆଯାଇଥିଲା। ତେବେ, ସେଠାରେ ପ୍ରକୃତରେ କ’ଣ ଘଟୁଥିଲା ଆଜି ପର୍ଯ୍ୟନ୍ତ ରହସ୍ୟମୟ ହୋଇରହିଛି।

The post ସାନ୍‌ଝିର ପରିତ୍ୟକ୍ତ ରିସର୍ଟ‌୍‌ first appeared on Sambad.



from ବିଶେଷ – Sambad https://ift.tt/2I0tfmw

Post a Comment

0 Comments