ଆମ୍ବୁଲାନ୍ସ ଚାଳକଙ୍କ ଝିଅ ଇଣ୍ଡିଆନ ଆଇଡଲରେ ଦେଖାଇଲେ କମାଲ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ସମୟରେ ଜାରି ହୋଇଥିବା ଲକଡାଉନ୍ କାରଣରୁ ରିଆଲିଟି ସୋ’ର ସୁଟିଂ ବନ୍ଦ ହୋଇଯାଇଥିଲା। ଏବେ ପୁଣି ଥରେ ସମସ୍ତ ସୋ’ର ପୂର୍ବ ପରି ପ୍ରସାରଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଶନିବାର ଇଣ୍ଡିଆନ୍ ଆଇଡଲ୍ ୨୦୨୦ର ପ୍ରିମିୟର ହୋଇଥିଲା | ଏହି ସିଜନରେ ହିମେଶ ରେଶମିୟା , ନେହା କକ୍କର ଏବଂ ବିଶାଲ ଦଦଲାନି ବିଚାରକ ଚୌକିରେ ଅଛନ୍ତି। ଏଥର ସୋ’କୁ ଆସିଥିବା ସମସ୍ତ ପ୍ରତିଯୋଗୀମାନଙ୍କ ମଧ୍ୟରୁ ସୟାଲି ଚର୍ଚ୍ଚାରେ ରହିଛନ୍ତି।

ଶନିବାର ଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଆଇଡଲ୍ ସିଜନ- ୧୨ର ପ୍ରିମିୟରକୁ ଆସିଥିବା ସାୟାଲି କାମ୍ବଲେ ସମସ୍ତଙ୍କ ମନକୁ ଜିଣି ନେଇଛନ୍ତି | ସେ ଆଶା ଭୋସଲେଙ୍କ ଗୀତ ‘ଆଓ ନା ଗଲେ ଲାଗୋ ନା’ କୁ ଏକ ସ୍ବତନ୍ତ୍ର ଶୈଳୀରେ ଗାଇଥିଲେ। ତାଙ୍କ ସ୍ୱରର ଯାଦୁ ବିଚାରପତିମାନଙ୍କୁ ମୁଗ୍ଧ କରି ଦେଇଥିଲା। ସମସ୍ତ ବିଚାରପତି ଠିଆ ହୋଇ ପ୍ରଥମେ କରତାଳି ଦେଇଥିଲେ। ଏହା ପରେ ସାୟାଲିଙ୍କୁ ଆଲିଙ୍ଗନ କରି ତାଙ୍କର ସୁମଧୁର ସ୍ୱର ଯୋଗୁଁ ଗୋଲଡେନ ମାଇକ୍ ପ୍ରଦାନ କରିଥିଲେ।

ତେବେ ସାୟାଲିଙ୍କ ପାଇଁ ଇଣ୍ଡିଆନ୍ ଆଇଡଲରେ ପହଞ୍ଚିବା ସହଜ ନଥିଲା। ସାୟାଲି ମଞ୍ଚରେ ଗୀତ ଗାଇବା ପରେ ସେ ତାଙ୍କ ପରିବାରର ସଂଘର୍ଷ କାହାଣୀ କହିବା ବେଳେ ଭାବପ୍ରବଣ ହୋଇଯାଇଥିଲେ।

ସାୟାଲି କହିଥିଲେ ଯେ ସେ ଜଣେ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ଯିଏ ଭାରତୀୟ ନୌସେନାରେ କାମ କରନ୍ତି। ଏହି ମଞ୍ଚରେ ପହଞ୍ଚିବା ପାଇଁ ତାଙ୍କ ବାପା ବହୁତ ପରିଶ୍ରମ କରିଛନ୍ତି। ଏଭଳି ପରିସ୍ଥିତିରେ ସେ ଏହି ମଞ୍ଚରୁ ପିତାଙ୍କ ସମସ୍ତ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ।

The post ଆମ୍ବୁଲାନ୍ସ ଚାଳକଙ୍କ ଝିଅ ଇଣ୍ଡିଆନ ଆଇଡଲରେ ଦେଖାଇଲେ କମାଲ first appeared on Sambad.



from ବିଶେଷ – Sambad https://ift.tt/33yf9Am

Post a Comment

0 Comments