ବିଶ୍ୱ ଏଡ୍‌ସ ଦିବସ ଆଜି, ଆରମ୍ଭ ହେଲା ସଚେତନତା ମାସ

୧୯୮୮ରୁ ପ୍ରତି ବର୍ଷ ଡିସେମ୍ବର ପହିଲାରେ ପାଳନ କରାଯାଉଛି ‘ବିଶ୍ୱ ଏଡ୍‌ସ ଦିବସ’। ୨୦୧୩ ସୁଦ୍ଧା ସାରା ବିଶ୍ୱରେ ୩.୬ କୋଟି ମଣିଷ ଏଡ୍‌ସ ଯୋଗୁଁ ପ୍ରାଣ ହରାଇଛନ୍ତି। ପ୍ରତି ବର୍ଷ ୨୦ ଲକ୍ଷ ମଣିଷ ଏଡ୍‌ସ କରାଉଥିବା ଏଚ୍‌ଆଇଭି ଭୂତାଣୁ ଦ୍ୱାରା ସ˚କ୍ରମିତ ହେଉଛନ୍ତି। ତନ୍ମଧ୍ୟରୁ ଶିଶୁଙ୍କ ସ˚ଖ୍ୟା ୨.୭ ଲକ୍ଷ। ସା˚ପ୍ରତିକ ବିଶ୍ୱରେ ଏହି ରୋଗ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା, ଯାହାକୁ ଅଦ୍ୟାବଧି ସ˚ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରାଯାଇପାରିନାହିଁ। ସଚେତନତା ହିଁ ଏଥିରୁ ବର୍ତ୍ତିବାର ଏକମାତ୍ର ଉପାୟ। ତେଣୁ, ଏ ବାବଦରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଲକ୍ଷ୍ୟ। ଡିସେମ୍ବର‌ ମଧ୍ୟ ଏଡ୍‌ସ ସଚେତନତା ମାସ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୨ ସୁଦ୍ଧା ଭାରତର ମୋଟ ଜନସ˚ଖ୍ୟାର ୦.୪୨ ପ୍ରତିଶତ ଏଚ୍‌ଆଇଭି ଆକ୍ରାନ୍ତ ଥିଲେ। ତେବେ, ନିରନ୍ତର ଉଦ୍ୟମ ଯୋଗୁଁ ଏହା ଆଉ ବ୍ୟାପୁନାହିଁ। ୨୦୧୩ରେ ଏହା ୦.୨୭ ପ୍ରତିଶତକୁ ଖସିଥିଲା। ଇତି ମଧ୍ୟରେ ଆହୁରି ଖସିଥିବା ଆଶା କରାଯାଉଛି। ତଥାପି ଏହାକୁ ସ˚ପୂର୍ଣ୍ଣ ଦମନ ନ କଲା ଯାଏ, ସମସ୍ତେ ଏ ବାବଦରେ ସଚେତନ ରହିବା ଆବଶ୍ୟକ।

The post ବିଶ୍ୱ ଏଡ୍‌ସ ଦିବସ ଆଜି, ଆରମ୍ଭ ହେଲା ସଚେତନତା ମାସ first appeared on Sambad.



from ବିଶେଷ – Sambad https://ift.tt/36mGszc

Post a Comment

0 Comments