ନିଖୋଜ ମା’କୁ ଖୋଜିବା ପାଇଁ ପାଠପଢ଼ା ଛାଡ଼ି ୭ ବର୍ଷ ମଧ୍ୟରେ ୧୦ଟି ରାଜ୍ୟ ବୁଲିଥିଲେ ପୁଅ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୭ବର୍ଷ ହେବ ନିଖୋଜ ହୋଇଯାଇଥିବା ମା’କୁ ପୁଅ ଫେରି ପାଇଛି । ଏତେ ବର୍ଷ ପରେ ମା’କୁ ପାଖରେ ପାଇ ପୁଅ ଖୁସିରେ ଭୋଭୋ ହୋଇ କାନ୍ଦି ଉଠିଥିଲେ।

ପଶ୍ଚିମବଙ୍ଗର ମାଲଦାରୁ ଆଠ ବର୍ଷ ପୂର୍ବରୁ ଦୁଲାରୀ ମଣ୍ଡଳ କେଉଁଆଡେ ନିଖୋଜ ହୋଇଯାଇଥିଲେ। ପୁଅ ସୁଜିତ ମଣ୍ଡଳ ନିଖୋଜ ମା’କୁ ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ପାଇ ନ ଥିଲେ। ତାଙ୍କର ପାଠପଢ଼ାରେ ବି ଆଉ ମନ ଲାଗି ନଥିଲା। ଶେଷରେ‌ ସେ ମା’କୁ ଖୋଜିବା ପାଇଁ ପାଠପଢ଼ା ଛାଡ଼ି ଦେଇଥିଲେ।

ସୁଜିତ ମଣ୍ଡଳ କହନ୍ତି, ବାପାଙ୍କ ମୃତ୍ୟୁ ପରେ ବଡ ଭାଇ ରୋଜଗାର ପାଇଁ ପାନିପତକୁ ଯାଇଥିଲେ। ତିନି ବର୍ଷ ପରେ ସେଠାରୁ ତାଙ୍କ ମୃତ୍ୟୁ ଖବର ଆସିଥିଲା। ଏହି ଦୁଇଟି ଘଟଣା ପରେ ମାଆ ପାଗଳପ୍ରାୟ ହୋଇଯାଇଥିଲା। ଏହାପରେ ସେ ଘରେ ଏକୁଟିଆ ରହିବାକୁ ଲାଗିଥିଲା।

son found mother after search in ten states for seven years

ଏତିକିରେ ଦୁଃଖ ସରି ନଥିଲା । ୨୦୧୩ରେ ଭଉଣୀର ବିବାହ ସ୍ଥିର ହୋଇଥିଲା | ବିବାହର କିଛି ଦିନ ପୂର୍ବରୁ ଭଉଣୀଙ୍କର ବି ମୃତ୍ୟୁ ହୋଇ ଯାଇଥିଲା। ଭଉଣୀର ଅନ୍ତିମ ସଂସ୍କାର ପାଇଁ ଘାଟକୁ ଯାଇଥିବା ବେ‌ଳେ ମା’ ଘରୁ କେଉଁ ଆଡେ ଚାଲି ଯାଇଥିଲା। ମାଆ ନିଖୋଜ ହେବା ସମୟରେ ମୋତେ ୧୬ ବର୍ଷ ହୋଇଥିଲା। ସେହି ଦିନଠାରୁ ମାଆକୁ ଖୋଜୁଥିଲି | ମାଆ ସନ୍ଧାନରେ ପଶ୍ଚିମବଙ୍ଗର ରେଳ ଷ୍ଟେସନ ସହିତ ବିଭିନ୍ନ ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲି। ଏହା ବ୍ୟତୀତ ମୁଁ ବିହାର, ମହାରାଷ୍ଟ୍ର, ଆସାମ, ଛତିଶଗଡ ଏବଂ ଉତ୍ତର-ପୂର୍ବ ରାଜ୍ୟ ସମେତ ୧୦ଟି ରାଜ୍ୟକୁ ଯାଇ ମା’ଙ୍କୁ ଖୋଜିଥିଲି।

କରୋନା ମହାମାରୀ ସମୟରେ ଅଗଷ୍ଟ ୩୦ରେ ପୁଲିସ ଦୁଲାରୀଙ୍କୁ ଉଦ୍ଧାର କରିଥିଲା। ପ୍ରଶାସନ ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସା କରାଇଥିଲା। ଦୁଇ ମାସର ଚିକିତ୍ସା ପରେ  ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଥିଲା। ଏହାପରେ ‌ସେ ନିଜ ଘରର ଠିକଣା ପୁଲିସକୁ କହିପାରିଥିଲେ। ଏହାପରେ ପୁଲିସ ପୁଅ ସୁଜିତଙ୍କୁ ତାଙ୍କ ମା’ଙ୍କ ବିଷୟରେ ସୂଚନା ଦେଇଥିଲା। ଖବର ପାଇ ସୁଜିତ ମା’କୁ ନେବା ପାଇଁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ।

The post ନିଖୋଜ ମା’କୁ ଖୋଜିବା ପାଇଁ ପାଠପଢ଼ା ଛାଡ଼ି ୭ ବର୍ଷ ମଧ୍ୟରେ ୧୦ଟି ରାଜ୍ୟ ବୁଲିଥିଲେ ପୁଅ first appeared on Sambad.



from ବିଶେଷ – Sambad https://ift.tt/33eCXsD

Post a Comment

0 Comments