
ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା କରୋନାଭାଇରସ୍ ବିରୋଧରେ ଅତିକମରେ ୯ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଦେବ ବୋଲି କହିଛନ୍ତି ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ସେ କହିଛନ୍ତି ଯେ ଏହି ଟିକା ଅଧିକ ଜନସଂଖ୍ୟାକୁ ସୁରକ୍ଷା ଯୋଗାଇବ ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବାରେ ସାହାଯ୍ୟ କରିବ। କରୋନାଭାଇରସ୍ କିନ୍ତୁ ମହାମାରୀ ହୋଇରହିବ ବୋଲି ସେ କହିଛନ୍ତି। କୋଭିଡ୍-୧୯ ସଂପୂର୍ଣ୍ଣ ରୂପେ ଅଦୃଶ୍ୟ ହେବ ନାହିଁ। ଏହା କିଛି ସମୟ ପାଇଁ ବିଲୋପ ହୋଇପାରେ।
ଡାକ୍ତର ଗୁଲେରିଆ କହିଛନ୍ତି ଯେ ୨୦୨୩ ସୁଦ୍ଧା ସଂକ୍ରମଣ କମ ହୋଇଯିବ ଏବଂ ଏହା ପୂର୍ବରୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କୋଭିଡ୍-୧୯ ମହାମାରୀର ସମାପ୍ତି ଘୋଷଣା କରପାରେ।
ଭାରତ ବର୍ତ୍ତମାନ ଅତି କମରେ ପାଞ୍ଚଟି ଟିକା ଉପରେ ଦୃଷ୍ଟି ରଖିଛି। ଏଗୁଡ଼ିକ ମଧ୍ୟରେ ସବୁଠାରୁ ଆଗରେ ରହିଛି ‘କୋଭାସିଲ୍ଡ’। ଯାହା ଅକ୍ସଫୋର୍ଡ ୟୁନିଭରସିଟି ସହଭାଗିତାରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଦ୍ୱାରା ବିକଶିତ ହେଉଛି ଏହି ଟିକା ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରିବାକୁ ଯାଉଛି। ଏସ୍ଆଇଆଇ ପୂର୍ବରୁ ମଧ୍ୟ ସୂଚିତ କରି ସାରିଛି ଯେ କମ୍ପାନି ଖୁବ୍ ଶୀଘ୍ର ଟିକାର ଅନୁମୋଦନ ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (ଇୟୁଏ)କୁ ଯିବ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହ ସହଭାଗିତାରେ ବିକଶିତ ହେଉଥିବା ଭାରତ ବାୟୋଟେକ୍ର କୋଭିଡ୍-୧୯ ଟିକା ‘କୋଭାକ୍ସିନ୍’, ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟକୁ ଦେଖି ୬୦ ପ୍ରତିଶତ କାର୍ଯ୍ୟକାରିତା ଘୋଷଣା କରିଛି।
ଜାଇଡସ୍ କାଡିଲାର ଟିକା ‘ଜାଇକୋଭ୍-ଡି’ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ରହିଛି। ରୁଷିଆ ପ୍ରସ୍ତୁତ କୋଭିଡ୍-୧୯ ଟିକା ‘ସ୍ପୁଟନିକ୍-ଭି’, ଭାରତୀୟ କମ୍ପାନି ଡକ୍ଯର ରେଡ୍ଡୀଙ୍କ ସହିତ ଭାରତରେ ବିକଶିତ ହେଉଛି, ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷଣ ସ୍ତରରେରେ ଅଛି। ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ ଇ’ର ଟିକା ବର୍ତ୍ତମାନ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଅଛି।
କୋଭିଡ୍-୧୯ ଉପରେ ‘ଆମେ ଜିତିବା ପର୍ଯ୍ୟନ୍ତ’ (ଟିଲ୍ ଉଇ ଓ୍ଵିନ୍) ଶୀର୍ଷକରେ ପୁସ୍ତକ ରଚନା କରି ଚର୍ଚ୍ଚାର ପରିସରକୁ ଆସିଥିବା ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ ଏହା ମଧ୍ୟ ସତ୍ୟ ଯେ ଆମେ ୨୦୧୯କୁ ଆଉ ଫେରିବୁ ନାହିଁ।
The post କୋଭିଡ୍-୧୯ ଟିକା ୯ମାସରୁ ୧ ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଦେଇପାରିବ: ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ first appeared on Sambad.
from ବିଶେଷ – Sambad https://ift.tt/362lxBr
0 Comments