ଅକ୍‌ଟୋପସ୍‌ ବର୍ଗର୍‌

ପ୍ରସବ ସହ ବର୍ଗର୍‌ ବା ଅକ୍‌ଟୋପସ୍‌ର କୌଣସି ସଂପର୍କ ନ ଥିଲେ ବି ଅକ୍‌ଟୋପସ୍‌ ବର୍ଗର୍‌ ଏବେ ମିନିସେ‌ାଟାର ଗର୍ଭବତୀ ମହିଳାମାନଙ୍କର ପ୍ରିୟ ଖାଦ୍ୟ ପାଲଟିଛି। ଅକ୍‌ଟୋପସ୍‌ ବର୍ଗର୍‌ ନିୟମିତ ଖାଇବା ଦ୍ବାରା ସୁଖ-ପ୍ରସବ ହେଉଥିବା ପ୍ରଚାର ଚାଲିଛି। ଏହି ପ୍ରଚାର ମିନିସୋଟା ଅନ୍ତର୍ଗତ ଏକ୍‌ସେଲ୍‌ସିଓରେ ଥିବା ‘ସବ୍‌ଅର୍ବାନ୍‌’ ନାମକ ରେସ୍ତୋରାଁ ପକ୍ଷରୁ କରାଯାଉଛି। ଏହି ନିର୍ଦିଷ୍ଟ ଭୋଜନାଳୟରେ ହିଁ ଏହି ବିଚିତ୍ର ଖାଦ୍ୟଟି ମିଳୁଛି।

ଗତ ବର୍ଷ ଏପ୍ରିଲରେ ଏହାର ବିକ୍ରି ଆରମ୍ଭ ହୋଇଥିଲା। ଏକ ସ୍ଥାନୀୟ ବର୍ଗର୍‌ ପ୍ରତିଯୋଗିତା ଉପଲକ୍ଷେ ଭୋଜନାଳୟର ପାଚକମାନେ ପରୀକ୍ଷାମୂଳକ ଭାବେ ଏହାକୁ ବନାଇଥିଲେ। ଏହାକୁ ପ୍ରଥମେ ଖାଇଥିଲେ ଭୋଜନାଳୟର ଅଂଶୀଦାର କେଲ୍‌ସି କ୍ବାର୍‌ବର୍ଗ‌୍। ସେତେବେଳେ ସେ ଗର୍ଭବତୀ ଥିଲେ; ପ୍ରସବକୁ ନଅ ଦିନ ବାକିଥିଲା। ବର୍ଗର୍‌ ଖାଇବାର ସାତ ଘଣ୍ଟା ପରେ ସୁଖଦାୟକ ପ୍ରସବ ହୋଇଯାଇଥିଲା ଏବଂ ଚମତ୍କୃତ ହୋଇ ଏହି ବର୍ଗର୍‌ର ପ୍ରଚାର ପାଇଁ ସେ ବ୍ୟବସ୍ଥା କରିଥିଲେ।

The post ଅକ୍‌ଟୋପସ୍‌ ବର୍ଗର୍‌ first appeared on Sambad.



from ବିଶେଷ – Sambad https://ift.tt/3m4oBm8

Post a Comment

0 Comments