ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଖୁସିରେ ନିଜର ଚତୁର୍ଥ ଆଙ୍ଗୁଳି କାଟି ଦେଲେ ଏହି ବ୍ୟକ୍ତି !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିଜୟୀ ହେବାପରେ ମେଣ୍ଟ ଅଂଶୀଦାର ଜନତା ଦଳ- ୟୁନାଇଟେଡ୍ (ଜେଡି-ୟୁ) ମୁଖ୍ୟ ନୀତୀଶ କୁମାର ଗତ ସୋମବାର (ନଭେମ୍ବର ୧୬) ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି କ୍ରମରେ ନୀତୀଶ କୁମାରଙ୍କ ଜଣେ ସମର୍ଥକଙ୍କୁ ନେଇ ଚର୍ଚ୍ଚା ହେଉଛି।

ଜହାନାବାଦରେ ବସବାସ କରୁଥିବା ଅନିଲ ଶର୍ମା ଓରଫ ଅଲ୍ଲୀ ବାବା ନୀତୀଶ କୁମାରଙ୍କ ପ୍ରଶଂସକଙ୍କ ମଧ୍ୟରୁ ଜଣେ । ତେବେ ଆଶ୍ଚର୍ଯ୍ୟ କଥା ହେଉଛି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇ ଶପଥ ନେବା ସମୟରେ ଅଲି ବାବା ଖୁସି ହୋଇ ତାଙ୍କର ଗୋଟିଏ ଆଙ୍ଗୁଳି କାଟି ଭଗବାନଙ୍କୁ ଅର୍ପଣ କରିଥାଆନ୍ତି।

ଗତ ସୋମବାର ୪୫ବର୍ଷର ଅଲି ବାବା ନିଜର ଚତୁର୍ଥ ଆଙ୍ଗୁଳିକୁ କାଟି ଭଗବାନଙ୍କ ଉଦ୍ଦେଶ୍ୟରେ ଚଢ଼ାଇ ଥିବା ଜଣାପଡ଼ିଛି। ଏହା ପୂର୍ବରୁ ଅଲି ତିନିଟି ଆଙ୍ଗୁଳି ୨୦୦୫, ୨୦୧୦ ଓ ୨୦୧୫ରେ ନୀତୀଶ କୁମାର ଶପଥ ନେବା ସମୟରେ କାଟିଥିଲେ।

ନଭେମ୍ବର ୧୬ରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିରେ ଖୁସି ହୋଇ ଅଲି ହାତର ଆଙ୍ଗୁଳି କାଟି ଭଗବାନଙ୍କୁ ଚଢ଼ାଇ ଥିଲେ। ଆଉ ପରେ ଉକ୍ତ ଆଙ୍ଗୁଳିକୁ ଗଙ୍ଗାରେ ବିର୍ସଜନ ମଧ୍ୟ କରି ଦେଇଥିଲେ। ଏତଦ୍ ବ୍ୟତୀତ ସେ ଗ୍ରାମବାସୀଙ୍କୁ ଏକ ଭୋଜି ଦେବାର ଯୋଜନା ମଧ୍ୟ କରୁଛନ୍ତି। ଏସବୁ କରିବା ଦ୍ବାରା ତାଙ୍କୁ ଖୁସି ମିଳିଥାଏ ବୋଲି ଅଲି କହିଛନ୍ତି।

The post ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଖୁସିରେ ନିଜର ଚତୁର୍ଥ ଆଙ୍ଗୁଳି କାଟି ଦେଲେ ଏହି ବ୍ୟକ୍ତି ! first appeared on Sambad.



from ବିଶେଷ – Sambad https://ift.tt/2J3l3lw

Post a Comment

0 Comments