ପେଟ୍ରୋଲିଅମ୍‌ ଦିବସ ଆଜି

ଆଜି ‘ପେଟ୍ରୋଲିଅମ୍‌ ଦିବସ’। ଏହା ଏଭଳି ଏକ ଶକ୍ତି ଉତ୍ସ ବା ଇନ୍ଧନ, ଯାହାର ବ୍ୟବହାର ଦ୍ବାରା ସଭ୍ୟତାର ଅଗ୍ରଗତି ଘଟିଛି। ଏହା ମଧ୍ୟ ପ୍ରଦୂଷଣର ମୁଖ୍ୟ କାରଣ। ଏ ବାବଦରେ ସମସ୍ତେ ଭଲ ଭାବେ ଅବଗତ ଥିଲେ ବି ଏହାର ବ୍ୟବହାରକୁ ସୀମିତ କରିବା ପାଇଁ ଆନ୍ତରିକ ଉଦ୍ୟମ ହେଉନାହିଁ। ଏହା ଅସରନ୍ତି ନୁହେଁ। ସରିଗଲେ, ଆଉ ପାଇବାରନାହିଁ। ବିଶ୍ବର ମୁଖ୍ୟ ପ୍ରଦୂଷକ ମଧ୍ୟରେ ଏହା ଅନ୍ୟତମ।

ଏହା ଯେ କେବଳ ଗାଡ଼ି-ମୋଟରରେ ବ୍ୟବହୃତ ହେଉଛି, ତା’ ନୁହେଁ; ପ୍ଲାଷ୍ଟିକ୍‌, ଡିଟର‌୍‌ଜେଣ୍ଟ୍‌, ରବର‌୍‌, ସାର, କୀଟନାଶକ, ରଙ୍ଗ, ପ୍ରସାଧନ ସାମଗ୍ରୀ, ମହମବତି ଏବ˚ ଔଷଧ ତିଆରିରେ ମଧ୍ୟ ଏହା ବହୁଳ ଭାବେ ବ୍ୟବହୃତ ହେଉଛି। ଏହା ବିନା ଅଗ୍ରଗତି କଥା ଭାବିବା ଏ ଯାଏ ସ˚ଭବ ହୋଇନାହିଁ। କାରଣ, ଏହାର ବହୁ ବିକଳ୍ପ ଥିଲେ ବି କୌଣସିଟି ଏହାର ସମକକ୍ଷ ନୁହେଁ।

ଏହାର ବ୍ୟବହାର ସୁପ୍ରାଚୀନ। ବେବିଲୋନ୍‌ବାସୀ ଏହା ବ୍ୟବହାର କରୁଥିଲେ। ପର୍ସିଆନ୍‌ମାନେ ଏହା ସାହାଯ୍ୟରେ ଔଷଧ ତିଆରି କରୁଥିଲେ। ସ୍କଟିସ୍‌ ରସାୟନ ବିଜ୍ଞାନୀ ଜେମ୍‌ସ ୟଙ୍ଗ୍‌ ଏହାର ବିଶୋଧନ ପଦ୍ଧତି ବିକଶିତ କରିବା ପରେ କିରୋସିନ୍‌ ଜନ୍ମ ନେଇଥିଲା। ବିଶ୍ବର ସର୍ବାଧିକ ପେଟ୍ରୋଲିଅମ୍‌ ରୁଷିଆ, ଆମେରିକା, ମଧ୍ୟ ପ୍ରାଚ୍ୟ, କାନାଡା ଓ ଭେନିଜୁଏଲାରେ ଗଚ୍ଛିତ ଅଛି। ଆଉ ଏହାକୁ ନେଇ ମୁଖ୍ୟତଃ ଆମେରିକା ଯୁଦ୍ଧ ଓ ରାଜନୀତି ଚଳାଇଛି।

The post ପେଟ୍ରୋଲିଅମ୍‌ ଦିବସ ଆଜି first appeared on Sambad.



from ବିଶେଷ – Sambad https://ift.tt/2IKAoHm

Post a Comment

0 Comments